ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାର ଏକ ପ୍ରାଚୀନ ହନୁମାନ ମନ୍ଦରରେ ଭଗବାନ ହନୁମାନଙ୍କ ମୂର୍ତ୍ତି ହଠାତ୍ ଫାଟିବା ପରେ ସେଥି ମଧ୍ୟରୁ ବାହାରିଛି ଆଉ ଏକ ହନୁମାନ ମୂର୍ତ୍ତି। ବର୍ତ୍ତମାନ ଏଭଳି ଚମତ୍କାରିତା ଘଟଣାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଏହି ଘଟଣା ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସୂଚନା ଅନୁସାରେ, ହନୁମାନଙ୍କ ୭୦ ବର୍ଷର ପୁରୁଣା ପ୍ରତିମା ରହସ୍ୟମୟ ଭାବେ ହଠାତ୍ ଫାଟିଯାଇଥିଲା। ଏହାପରେ ପ୍ରତିମା ଭିତରୁ ଆଉ ଏକ ହନୁମାନଙ୍କ ପ୍ରତିମା ପ୍ରକଟ ହୋଇଥିଲା। ଘଟଣାକୁ ନେଇ ଅଞ୍ଚଳରେ ହଇଚଇ ଖେଳିଯାଇଛି। ଏହାପରେ ଭକ୍ତମାନେ ହନୁମାନଙ୍କ ପୂଜାର୍ଚ୍ଚନା କରିବାରେ ଲାଗିଛନ୍ତି। କିଛି ଲୋକ ଏହାକୁ ବିଶ୍ୱାସ କରି ପୂଜାର୍ଚ୍ଚାନ କରୁଥିବାବେଳେ ଅନ୍ୟ କିଛି ଲୋକ ଏହାକୁ ଅନ୍ଧବିଶ୍ୱାସ ମନେ କରୁଛନ୍ତି।

Comment