ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୋଟ ଦେବାକୁ ଆସି ଲାଇନ୍‌ରେ ଠିଆ ହୋଇଥିବା ବେଳେ ଟଳି ପଡ଼ିଲେ ୯୫ ବର୍ଷୀୟ ବୃଦ୍ଧ। ଏହି ଅଘଟଣ ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଂସାମାରି ବୁଥ୍‌ରେ। ଗୁରୁବାର ଭୋଟ ଦେବାକୁ ଆସି ବୁଥ୍‌ ସାମ୍ନାରେ ଜଣେ ୯୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏହି ବୃଦ୍ଧଙ୍କ ନାଁ ହେଉଛି ନଟବର ବେହେରା।

ସୂଚନା ମୂତାବିକ, ନଟବର ନିଜ ପରିବାର ସହିତ ଭୋଟ୍‌ ଦେବା ପାଇଁ କଂସାମାରି ବୁଥ୍‌ରେ ପହଞ୍ଚିଥିଲେ। ଧାଡ଼ିରେ ଠିଆ ହୋଇଥିବାଳେ ହଠାତ୍‌ ଟଳି ପଡ଼ିଥିଲେ। ଏଭଳି ଅବସ୍ଥା ଦେଖି ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଅଧିକ ସମୟ ଯାଏଁ ଖରା ଠିଆ ହୋଇଥିବାରୁ ଅଂଶୁଘାତ କାରଣରୁ ନଟବରଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

Comment