ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ମତଦାନ ପରି ଦ୍ୱିତୀୟ ପର୍ଯ୍ୟାୟରେ ବି ମାଓ ଭୟରେ ପୁଲିଂ କର୍ମଚାରୀଙ୍କୁ ରାତିସାରା ଚାଲିବାକୁ ପଡ଼ିଛିା ଏହି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧରୋ

ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ ସିର୍ଲାରେ ପଂଚାୟତରେ ୨ଟି ବୁଥରେ ରାତି ୭ଟା ବେଳେ ମତଦାନ ପ୍ରକ୍ରିୟା ଶେଷ ହୋଇଥିଲା। ସେମାନେ ଆସିବା ବାଟରେ ମାଓବାଦୀମାନେ ଗଛ କାଟି ପକାଇଥିଲେ ବୋଲି ସୂଚନା ମିଳିଥିଲା।

ଏଥିପାଇଁ ଅନ୍ୟ ଏକ ରାସ୍ତାରେ ସେମାନଙ୍କୁ ଚାଲି ଚାଲି ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏମିତିକି ସେମାନଙ୍କୁ ମୋବାଇଲ ଓ ଲାଇଟ୍‌ର ବ୍ୟବହାର ପାଇଁ ମଧ୍ୟ ବାରଣ କରାଯାଇଥିଲା ରାତି ୨ଟା ସମୟରେ ସମସ୍ତେ ବାଲିଗୁଡ଼ା ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ଦୁଇଟି ବୁଥ୍‌ର ୧୪ ଜଣ ଅଧିକାରୀ ସିଆର୍‌ପିଏଫ୍‌ଙ୍କ ସହାୟତାରେ ଦୀର୍ଘ ୧୫ କିଲୋମିଟର ଜଙ୍ଗଲି ରାସ୍ତାରେ ଚାଲି ଥିଲେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ମାଲକାନଗିରିରେ ସମାନ ଘଟଣା ଦେଖିବାକୁ ମିଳିଥିଲା।

Comment