ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ପୁରୀରେ ବସିଥିବା ସବକମିଟି ବୈଠକରେ ଚନ୍ଦନ ଯାତ୍ରା ନେଇ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ମେ ୭ ତାରିଖ ଦିନ ଅକ୍ଷୟ ତୃତୀୟା ତିଥିରେ ଚନନ୍ଦ ଯାତ୍ରା ଲାଗି ରାମକୃଷ୍ଣ ମଦନମୋହନ,ଭୂଦେବୀ ଓ ଶ୍ରୀ ଦେବୀ ନରେନ୍ଦ୍ର ପୁଷ୍କରଣୀକୁ ବିଜେ କରିବେ।

ପରମ୍ପରା ଅନୁସାରେ ୨୧ଦିନ ଲାଗି ମହାପ୍ରଭୁ ନରେନ୍ଦ୍ର ପୁଷ୍କରଣୀରେ ନୌକାବିହାର କରିବେ। ଯେଉଁଥିପାଇଁ ସ୍ଵତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି।

ସକାଳ ୫ଟାରେ ମଙ୍ଗଳଆଳତୀ, ୫.୩୦ରେ ମଇଲମ ତଡ଼ପଲାଗି, ୬.୩୦ରେ ରୋଷହୋମ, ୬.୫୦ରେ ସୂର୍ଯ୍ୟପୂଜା, ସକାଳ ୮ଟାରେ ଗୋପାଳବଲ୍ଲଭ ଭୋଗ କରାଯାଇ ୮ଟା ୩୦ରୁ ୧୦ଟା ମଧ୍ୟରେ ସକାଳଧୂପ ଅନୁଷ୍ଠିତ ହେବ।

ରାତି ୧୧ଟା ସୁଦ୍ଧା ରାମକୃଷ୍ଣ ମଦନମୋହନ,ଭୂଦେବୀ ଓ ଶ୍ରୀ ଦେବୀ ନରେନ୍ଦ୍ର ପୁଷ୍କରଣୀରେ ନୌବିହାର କରି ଶ୍ରୀ ମନ୍ଦିରକୁ ଫେରିଆସିବେ। ଏହାପରେ ରାତି ୧୨.୩୦ରେ ବଡ଼ସିଂହାର ଭୋଗ ଏବଂ ରାତ୍ରୀ ୧ଟାରେ ଶ୍ରୀ ଜିଉଙ୍କ ରାତ୍ର ପହୁଡ କରାଯିବ।

Comment