ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁକୁରଠାରୁ ବିଶ୍ୱାସଯୋଗ୍ୟ ପ୍ରାଣୀ ଏହି ସଂସାରରେ ନାହାନ୍ତି ବୋଲି ଆମେ ପିଲାବେଳୁ ପଢ଼ିବା ସହିତ ଶୁଣି ଆସିଛୁ। କିନ୍ତୁ ଏହାର ପ୍ରମାଣ ବିହାରର ଭାଗଲପୁରରେ ଦେଖିବାକୁ ମିଳିଛି। ମାଲିକକୁ ନାଗ ସାପ କାମୁଡ଼ାରୁ ବଞ୍ଚାଇବାକୁ ଯାଇ ଚାରିଟି ପୋଷାକୁକୁର ନିଜ ଜୀବନକୁ ବାଜି ଲଗାଇ ଦେଇଥିବାର ଚିତ୍ର ସାମ୍ନାକୁ ଆସିଛି। ଏହି ଘଟଣାଟି ସିସିଟିଭିରେ କଏଦ ହୋଇଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଗଲପୁରର ସାହେବଗଞ୍ଜ କଲୋନୀରେ ରହୁଥିବା ଡାକ୍ତର ପୁନମ ମୌସେସ ୪ଟି ପୋଷା କୁକୁର ପାଳିଥିଲେ। ତାଙ୍କ ଭାଇ ଏହି ପୋଷା କୁକୁରଙ୍କ ଘର ସଦସ୍ୟ ଭାବେ ପାଳୁଥିଲେ। ଡାକ୍ତର ପୁନମଙ୍କ ଘର ଭିତରକୁ ନାଗ ସାପ ପଶି ଆସୁଥିଲା। ଘର ଭିତରକୁ ସାପ ପଶିଆସୁଥିବା ଦେଖି ୪ଟି ପୋଷା କୁକୁର ତାକୁ ଘେରି ଯାଇଥିଲେ। କୁକୁର ଭୁକିବା ଶବ୍ଦ ଶୁଣି ଘର ଲୋକ ଉଠି ଯାଇଥିଲେ।

ଏହାରି ଭିତରେ ୪ କୁକୁରଙ୍କୁ ନାଗ ସାପ ଚୋଟ ମାରି ସାରିଥିଲା। ଡାକ୍ତରଙ୍କ ପରିବାର ଲୋକ ଉଠିବା ସମୟରେ ଘର ସମ୍ମୁଖରେ ନାଗ ସାପକୁ ଦେଖିବାକୁ ପାଇଥିଲେ। ଏହାପରେ ଡାକ୍ତର ଘରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିଥିଲେ। ଏଥିରେ ଘଟଣାଟି ସ୍ପଷ୍ଟ ଭାବେ ଜଣାପଡ଼ିଥିଲା।  ନାଗ ସାପଟି ଘରୁ କେଉଁ ଆଡେ ପଳାଇଥିଲେ ସୁଦ୍ଧା ତାର ବିଷାକ୍ତ ଚୋଟରେ ୪ ପୋଷା କୁକୁରଙ୍କ ମୃତ୍ୟୁ ହୋଇଯାଇଥିଲା। ଆଖପାଖ ଅଞ୍ଚଳରେ କୁକୁରଙ୍କ ବାହୁଦୂରିକୁ ନେଇ ଚର୍ଚ୍ଚା ହେଉଛି।

Comment