ଓଡ଼ିଶାଲାଇଭ ବ୍ୟୁରୋcurtsty - avp

ପଶ୍ଚିମବଙ୍ଗର ହାୱଡ଼ାରୁ ଦିଲ୍ଲୀ ଆସୁଥିବା ପୂର୍ବା ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଉତ୍ତରପ୍ରଦେଶର କାନପୁର ନିକଟରେ ଟ୍ରେନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି।

ଏଥିରେ ପୂର୍ବା ଏକ୍ସପ୍ରେସର ୧୨ଟି ବଗି ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନାହିଁ ମାତ୍ର ୨୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ହୋଇଛି।

ଘଟଣାପରେ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦୁର୍ଘଟଣା ଘଟିବା ସମୟରେ ପାଖାପାଖି ୩ଟି ବଗି ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଥିଲା। ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଡିଏମ ବିଜୟ ବିଶ୍ଵାସ ପହଞ୍ଚିଥିଲେ ଏବଂ ଆହତଙ୍କ ବାବଦରେ ସୂଚନା ଦେଇଥିଲେ। ଡିଏମଙ୍କ ସୂଚନାନୁସାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଓ ଯେଉଁମାନେ ଗୁରୁତର ଅଛନ୍ତି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comment