ଓଡ଼ିଶଲାଇଭ ବ୍ୟୁରୋ

୯ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଛଳିତ ପାଣିପାଗ ବିଭାଗ। ଏହାସହିତ ବ୍ରଜପାତ ଓ ବର୍ଷା ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।

ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କେନ୍ଦୁଝର, ଯାଜପୁର, ବାଲେଶ୍ୱର ଆଦି ଜିଲ୍ଲା ରହିଛି। ଲୋକମାନଙ୍କୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସତର୍କ ରହିବା ଲାଗି ପାଣିପାଗ ବିଭାଗ ପରାମର୍ଶ ଦେଇଛି।

ଅନ୍ୟପଟେ ସାରା ରାଜ୍ୟରେ ଆଜି ଗ୍ରୀଷ୍ଣପ୍ରବାହ ଜାରି ରହିଛି। ଅନେକ ସ୍ଥାନରେ ସକାଳ ୯ଟାପରେ ଗରମ ଖରା ସହ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି। ତେବେ ଯଦି ସଂଧ୍ୟାରେ ବର୍ଷା ହୁଏ ତେବେ ଲୋକେ ତାତିରୁ ସାମାନ୍ୟ ନିସ୍ତାର ପାଇବେ।

Comment