ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଆଜି ବଡ଼ ଆଶ୍ୱସ୍ତି ମିଳିଛି। ୟୁପିର ରିଟର୍ଣ୍ଣିଂ ଅଫିସର ଆମେଥି ଲାଗି ରାହୁଲ ଦାଖଲ କରିଥିବା ପ୍ରାର୍ଥିପତ୍ର ଯାଞ୍ଚ ପରେ ତାହା ବୈଧ ବୋଲି କହିଛନ୍ତି। ଏହି ଘୋଷଣା ପରେ ରାହୁଲ ଆମେଥି ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରିବେ। ଅନ୍ୟପଟେ ରାହୁଲ ଆଜି ଆମେଥିରେ ନିର୍ବାଚନ ପ୍ରଚାର କରୁଛନ୍ତି।

ରାହୁଲଙ୍କ  ବିରୋଧରେ ଆମେଥିରୁ ନିର୍ବାଚନ ଲଢ଼ୁଥିବା ସ୍ୱାଧୀନ ପ୍ରାର୍ଥୀ ଧ୍ରୁବପାଲ କୌଶଲ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରିଥିଲେ। ଧ୍ରୁବପାଲଙ୍କ ଅନୁସାରେ ରାହୁଲ ଦାଖଲ କରିଥିବା ପ୍ରାର୍ଥିପତ୍ରରେ ଭୂଲ ତଥ୍ୟ ଦେଇଛନ୍ତି।

ଯାହାକୁ ନେଇ ନିର୍ବାଚନ ଆୟୋଗ ତଦନ୍ତ କରନ୍ତୁ ବୋଲି ସେ ଦାବି କରିଥିଲେ। ଯାହାର ତଦନ୍ତ ପ୍ରକ୍ରିୟାକୁ ରିଟର୍ଣିଂ ଅଫିସର ଏପ୍ରିଲ ୨୨ ପର୍ଯ୍ୟନ୍ତ ଘୁଞ୍ଚାଇଦେଇଥିଲେ। ଏପରିକି ରାହୁଲଙ୍କ ଦୈତ ନାଗରିକତା ନେଇ ମଧ୍ୟ ଧ୍ରୁବପାଲ ଅଭିଯୋଗ କରିଥିଲେ।

Comment