ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କର ଏବେ ଖୁସିରେ ପାଦ ତଳେ ଲାଗୁନି। ଏହାର କାରଣ ବି ଖୁବ୍ ସ୍ୱତନ୍ତ୍ର। ୟାମି ଓ ଅଭିନେତା ଭିକି କୌଶଲଙ୍କ ଅଭିନୀତ ଫିଲ୍ମ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ୍’ ଚଳିତବର୍ଷ ଜାନୁୟାରୀ ୧୧ ତାରିଖରେ ରିଲିଜ୍ ହୋଇଥିଲା।

ନିକଟରେ ସିନେମାଘରରେ ଏହା ୧୦୦ ଦିନ ପୂରଣ କରିଛି। ଦେଶର କିଛି ଅଂଶରେ ଏହାକୁ ଏବେ ମଧ୍ୟ ଦର୍ଶକ ଉପଭୋଗ କରୁଛନ୍ତି। ଆଜିକାଲିର ମୋବାଇଲ୍ ଯୁଗରେ ଗୋଟିଏ ଫିଲ୍ମ ୧୦୦ ଦିନ ଧରି ଚାଲିବା ଏକ ଉପଲବ୍ଧି ନିଶ୍ଚୟ।

ଏ ସଂପର୍କରେ ୟାମିଙ୍କ କହିବା କଥା ହେଲା ଦର୍ଶକେ ଏବେ ମଧ୍ୟ ଭଲ କାହାଣୀ ଚାହୁଁଛନ୍ତି। ଆଉ ଯଦି କାହାଣୀଟି ସେମାନଙ୍କ ଜୀବନ ସହ ଜଡ଼ିତ ହୋଇଥାଏ ତା’ ହେଲେ ସେମାନେ ତାକୁ ଅଧିକ ପସନ୍ଦ କରୁଛନ୍ତି।

ୟାମିଙ୍କର ଖୁସିର ଆଉ ଏକ କାରଣ ହେଲା ୨୦୧୨ରେ ଆଜିର ଦିନରେ ତାଙ୍କ ଅଭିନୀତ ଆଉ ଏକ ଫିଲ୍ମ ଭିକି ଡୋନର ରିଲିଜ ହୋଇଥିଲା। ଫିଲ୍ମରେ ୟାମିଙ୍କ ସହ ଆୟୁଷ୍ମାନ ଖୁରାନା ନଜର ଆସିଥିଲୋ ଏହି ଫିଲ୍ମକୁ ଦର୍ଶକ ମଧ୍ୟ ଖୁବ୍ ପସନ୍ଦ କରିଥିଲୋ

Comment