ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ ଅଭିନେତା ସମ୍ବିତ ଆଚାର୍ଯ୍ୟଙ୍କ ଫିଲ୍ମ କ୍ୟାରିୟର ଏବେ ଜୋରସୋରରେ ମାଡ଼ି ଚାଲିଛିା ସମ୍ବିତ ଏବେ ବ୍ୟାକ ଟୁ ବ୍ୟାକ ଫିଲ୍ମ ଦର୍ଶକଙ୍କ ଭେଟି ଦେଉଛନ୍ତିା ଏହି ମଧ୍ୟରେ ପୁଣି ତାଙ୍କର ଏକ ନୂଆ ଫିଲ୍ମ ଆସିବାକୁ ଯାଉଛିା

ସମ୍ବିତଙ୍କ ଏହି ନୂଆ ଫିଲ୍ମର ନାମ ରହିଛି ‘ଲଭ ଟ୍ୱେଣ୍ଟି ଟ୍ୱେଣ୍ଟି’। ଫିଲ୍ମକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛିା

ଫିଲ୍ମଟି ଚିତ୍ରା ଫିଲ୍ମସ ଓ ଏକ୍ସେଲ ମୁଭିଜ ବ୍ୟାନରରେ ନିର୍ମିତ ହେଉଛିା ଫିଲ୍ମର ପ୍ରଯୋଜନାରେ ରବୀନ୍ଦ୍ର ପଣ୍ଡା ଥିଲାବେଳେ ନିର୍ଦ୍ଦେଶନାରେ ଭାସ୍କର ରେଡ୍ଡୀ ଅଛନ୍ତିା ଆଗାମୀ ଗଣେଶ ପୂଜା ପାଇଁ ପ୍ରସ୍ତୁତ ହେଉଥିବା ଏହି ପିଲ୍ମର କାହାଣୀ ଲେଖିଛନ୍ତି  ବିଜୟଲକ୍ଷ୍ମୀ ପଣ୍ଡା।

ନିଆରା ପ୍ରେମ କାହାଣୀକୁ ନେଇ ସମୃଦ୍ଧ ହୋଇଥିବା ଏହି ଚିତ୍ରରେ ସମ୍ବିତଙ୍କ ନାୟିକା କିଏ ହେବେ ତାହା ସ୍ପଷ୍ଟ ହୋଇନିା

Comment