ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ନିଜ ଖୁଡ଼ି ତଥା ସୁଲତାନପୁରର ବିଜେପି ପ୍ରାର୍ଥୀ ମେନକା ଗାନ୍ଧିଙ୍କ ବିରୋଧରେ ନିର୍ବାଚନୀ ପ୍ରଚାର କରିବେ। ସୁଲତାନପୁର ବ୍ୟତିତ ରାହୁଲ ୟୁପିର ବାରବାଙ୍କି, ଆମେଥି ଓ ରାୟବରେଲିରେ ବି ପ୍ରଚାର କରିବେ। ଏହି ସମୟରେ ସେ ୨ଟି ଜନସଭାକୁ ସମ୍ବୋଧିତ କରିବେ।

ରାହୁଲ ମେନକା ଗାନ୍ଧିଙ୍କ ବିରୋଧରେ ସଂଧ୍ୟା ୪ଟାରେ ସୁଲତାନପୁର ଜିଲ୍ଲାର ପ୍ରଚାର କରିବେ। ଏଥର ବିଜେପି ମେନକା ଓ ତାଙ୍କ ପୁଅ ବରୁଣ ଗାନ୍ଧିଙ୍କ ଆସନରେ ସାମାନ୍ୟ ପରିବର୍ତ୍ତନ କରିଛି।

ଏଥର ମେନକା ଗାନ୍ଧି ସୁଲତାନପୁର ଓ ବରୁଣ ଗାନ୍ଧି ପିଲିଭିଟରୁ ନିର୍ବାଚନ ଲଢ଼ୁଛନ୍ତି। ବର୍ତ୍ତମାନ ମେନକା ପିଲିଭିଟ ଓ ବରୁଣ ସୁଲତାନପୁରର ସାଂସଦ ଅଛନ୍ତି।

ସେପଟେ ରାହୁଲ ଲଢ଼ୁଥିବା ଆମେଥି ଆସନରେ ସ୍ମୁତି ଇରାନୀ ତାଙ୍କ ବିପକ୍ଷରେ ନିର୍ବାଚନୀ ମଇଦାନରେ ଅଛନ୍ତି। ଅର୍ଥାତ ଏହି ଆସନରେ ମତଦାନ ଏଥର ରୋଚକ ହେବାକୁ ଯାଉଛି। ମଇଦାନରେ ଦୁଇଦଳର ଟାଣୁଆ ନେତାଥିବାରୁ ଭୋଟର କାହାକୁ ବାଛିବେ ତାହା ଜାଣିବା ଲାଗି ମେ ୨୩ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

Comment