ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଇନା ଭିଡିଓ ଆପ୍‌ ଟିକ୍‌ଟକ୍‌ ଉପରୁ ବ୍ୟାନ୍‌ ହଟିଲା ମାଦ୍ରାସ ହାଇକୋର୍ଟ। ଟିକ୍‌ଟକ୍ ଉପରୁ ଲାଗି ରହିଥିବା ବ୍ୟାନ୍‌କୁ ୨୧ ଦିନ ପରେ ମାଦ୍ରାସ ହାଇକୋର୍ଟ ହଟାଇଛନ୍ତି।

ଟିକ୍‌ଟକ୍‌ ଆପ୍‌ରେ ଅଶ୍ଳୀଳ ଭିଡିଓ ଚାଲୁଥିବା ନେଇ ଗତ ଏପ୍ରିଲ ୩ରେ ହାଇକୋର୍ଟ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତେବେ କିଛି ସର୍ତ୍ତ ମାନିବା ପରେ ଟିକ୍‌ଟକ୍‌ ଉପରୁ ଏହି ପ୍ରତିବନ୍ଧକ ହଟିଛି।

ଟିକ୍‌ଟକ୍‌ ବ୍ୟାନ୍‌ ହେବା ପରେ ଗତ ୧୮ ତାରିଖରୁ ଗୁଗୁଲ ଓ ଏପଲ ପ୍ଲେ-ଷ୍ଟୋରରୁ ଏହି ଆପକୁ ହଟାଇ ଦିଆଯାଇଥିଲା। ଏବେ ୟୁଜର୍ସ ପୁଣି ଥରେ ଏହି ଆପକୁ ଡାଉନଲୋଡ୍ କରି ପାରିବେ।

 

Comment