ଓଡ଼ିଶାଲାଇଭ୍ ବ୍ୟୁରୋ

ମେ ୫ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ।

ମେ ୫ରୁ ଜୁଲାଇ ୩୧ ଯାଏଁ ଭିତରକନିକା ଉଦ୍ୟାନ ବନ୍ଦ ରହିବ। ଏତିକି ଦିନ ମଧ୍ୟରେ ପର୍ଯ୍ୟଟକମାନଙ୍କୁ ବାରଣ କରାଯାଇଛି। କୁମ୍ଭୀରମାନଙ୍କ ପ୍ରାକୃତିକ ପ୍ରଜନନ ନିମନ୍ତେ ଉଦ୍ୟାନ ବନ୍ଦ ରହିବ।

ଏହି ସମୟସୀମା ମଧ୍ୟରେ ପର୍ଯ୍ୟଟକମାନଙ୍କୁ ଭିତରକନିକା, ଡାଙ୍ଗମାଳା କୁମ୍ଭୀର ପ୍ରଜନନ କେନ୍ଦ୍ର ଏବଂ ରଗଡ଼ପତୀ ବନାଞ୍ଚଳକୁ ପ୍ରବେଶ ନିଷିଦ୍ଧ କରାଯାଇଛି।

ପ୍ରତିବର୍ଷ ୩ମାସ ପାଇଁ ଜାତୀୟ ଉଦ୍ୟାନକୁ ବନ୍ଦ କରାଯାଇଥାଏ। ଜାତୀୟ ଉଦ୍ୟାନ ମଧ୍ୟରେ ବହୁଳ ସଂଖ୍ୟାରେ ବଉଳା କୁମ୍ଭୀର ରହିଛନ୍ତି। ଏହି ସମୟରେ କୁମ୍ଭୀରମାନେ ଅଣ୍ଡା ଦେଇଥାନ୍ତି। ଅଣ୍ଡାଦେବା ସମୟରେ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇଥାନ୍ତି। ଏପରିକି ମଣିଷମାନଙ୍କୁ ସେମାନଙ୍କ ଅଣ୍ଡାଦେବା ସ୍ଥାନ ନିକଟରେ ଦେଖିଲେ କୁମ୍ଭୀର ଆକ୍ରମଣ କରିଥାନ୍ତି। ଏଣୁ ବନ ବିଭାଗ ଏହି ସମୟରେ ଭିତରକନିକା ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ କରିଥାନ୍ତି।

ଚଳିତ ବର୍ଷ ୪୪ଟି କୁମ୍ଭୀର ବଢ଼ିଥିବାରୁ ମୋଟ କୁମ୍ଭୀର ସଂଖ୍ୟା ୧୭୪୨ରେ ପହଞ୍ଚିଛି। ଏପଟେ ଧଳା କୁମ୍ଭୀରଙ୍କ ସଂଖ୍ୟା ୧୨ରେ ପହଞ୍ଚିଥିବା ଜଣାପଡ଼ିଛି।

ଗତବର୍ଷ କୁମ୍ଭୀରଙ୍କ ସଂଖ୍ୟା ରହିଥିଲା ୧୬୯୮। ଏହାଛଡା ଭିତରକନିକାରେ ଦେଖା ଯାଆନ୍ତି ଶଙ୍କୁଆ ବା ଧଳା ପ୍ରଜାତିର କୁମ୍ଭୀର। ଚଳିତ ବର୍ଷ ଗଣନାରେ ଏମାନଙ୍କ ସଂଖ୍ୟା ୧୨ରେ ପହଞ୍ଚିଥିବା ଜଣାପଡ଼ିଛି। ଭିତରକନିକାର ପୋଷା କୁମ୍ଭୀର ଗୋରୀ ଏହି ପ୍ରଜାତିର ଧଳା କୁମ୍ଭୀରମାନଙ୍କ ମଧ୍ୟରେ ଅନ୍ୟତମ।

ପ୍ରତିବର୍ଷ ବନ ବିଭାଗ ମେ’ ମାସ ୧ ତାରିଖ ଠାରୁ ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପର୍ଯ୍ୟଟକମାନଙ୍କୁ ବାରଣ କରାଯାଇଥାଏ। କାରଣ ଏହି ସମୟରେ ମା’ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇଥାନ୍ତି। କାରଣ କୁମ୍ଭୀର ବସା ବାନ୍ଧିଥିବା ସ୍ଥାନ ନିକଟକୁ ଯଦି ଅଜଣାତରେ ପର୍ଯ୍ୟଟକମାନେ ଚାଲି ଯାଇଥିବେ ତେବେ ଅଣ୍ଡାକୁ ଜଗି ରହିଥିବା ମା’ କୁମ୍ଭୀର ପର୍ଯ୍ୟଟକଙ୍କୁ ଆକ୍ରମଣ କରିଦେବାର ଭୟ ରହିଥାଏ।

Comment