ଓଡ଼ିଶାଲାଇଭ ବ୍ୟୁରୋ

ଆଜି ଅବକାରୀ ବିଭାଗର ଚଢ଼ାଉ ପରେ ଭୁବନେଶ୍ୱରୁ ବ୍ରାଉନସୁଗାର ଜବତ କରାଯାଇଛି। ହଳଦିପଡ଼ିଆ ବସ୍ତିରେ ଚଢ଼ାଉ କରାଯାଇ ପାଖାପାଖି ୩୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି।

ଅନ୍ୟପଟେ ଅବକାରୀ ବିଭାଗର ଆଉ ଏକ ଟିମ୍ ଯାଜପୁର ପାଣିକୋଇଲି ପାଖରୁ ୯୦ଗ୍ରାମର ବ୍ରାଉନସୁଗାର ଜବତ କରିଛନ୍ତି।

୨ଟି ସ୍ଥାନରୁ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୩ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି। ଦୁଇଟି ସ୍ଥାନରୁ ୩ଜଣଙ୍କୁ ଅଟକ ରଖିଛି ପୋଲିସ।

ଏମାନଙ୍କୁ ପଚରାଉଚାର ଜାରି ରଖିଛି ପୋଲିସ। କେଉଁଠୁ ଏମାନେ ବ୍ରାଉନସୁଗାର ଆଣୁଛନ୍ତି କେଉଁମାନେ ଏଥିରେ ସାମିଲ ଅଛନ୍ତି, ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ।

Comment