ଓଡ଼ିଶାଲାଇଭ୍ ବ୍ୟୁରୋ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବାଲେଶ୍ୱର ଗସ୍ତ କରିଛନ୍ତି। ବାଲେଶ୍ୱର ଭୋଗରାଇରେ ମୁଖ୍ୟମନ୍ତ୍ରୀ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ।

‘‘ବିପଦ ବେଳେ ପ୍ରଧାନମନ୍ତ୍ରୀଙ୍କ ଦେଖାନଥିଲା। ଏବେ ଭୋଟ ପାଇଁ ପ୍ରତିଦିନ ଦୌଡ଼ୁଛନ୍ତିା ନିର୍ବାଚନ ଥିବାରୁ ପ୍ରଧାନମନ୍ତ୍ରୀ ବାରମ୍ବାର ଓଡ଼ିଶା ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି’’, ସଭାରେ ନବୀନ ମୋଦିଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତିା

ସଭାରେ ନବୀନ ବାଲେଶ୍ୱର ମେଡିକାଲ ପ୍ରସଙ୍ଗ ମଧ୍ୟ ନବୀନ ଉଠାଇଛନ୍ତିା

‘‘ମେଡିକାଲ କଲେଜ ପାଇଁ କେନ୍ଦ୍ରମନ୍ତ୍ରୀ କିଛି କଲେନି। ରାଜ୍ୟ ସରକାରଙ୍କ ଉଦ୍ୟମରେ ମେଡିକାଲ କଲେଜ ସଫଳ ହେଲା ଜଣେ କେନ୍ଦ୍ରମନ୍ତ୍ରୀ ଏହାକୁ ବିରୋଧ କରିଥିଲୋ ହେଲେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ପରେ ଏହା ସଫଳ ହେଲା। କେନ୍ଦ୍ର ସରକାର ମାତ୍ର ୧୦୦ କୋଟି ଦେଲେ। ରାଜ୍ୟ ସରକାର ୨୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ’’, କହିଛନ୍ତ ନବୀନା

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରପଡ଼ା ଆସିଥିଲୋ କେନ୍ଦ୍ରାପଡ଼ା ସଭାରେ ମୋଦି ନବୀନଙ୍କୁ କଡ଼ା ସମାଲୋଚନା କରିଥିଲୋ ଏଥର ରାଜ୍ୟର ବିଜେଡି ଯିବା ଓ ବଜେପି ଆସିବା ସୁନିଶ୍ଚିତ ବୋଲି ମୋଦି ସଭାରେ ଦୃଢ଼ତା ବ୍ୟକ୍ତ କରିଥିଲୋ ଭୋଗରାଇ ସଭାରେ ନବୀନ ଏହାର ଜବାବ ଦେଇଥିବା କୁହାଯାଉଛିା

Comment