ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ପାଇଁ ସ୍ଥାନୀୟ ନେତାଙ୍କୁ ନାକେଦମ ହେବାକୁ ପଡ଼ିଛି। ଉପମୁଖ୍ୟମନ୍ତ୍ରୀଙ୍କ ପାଦରେ ମାଟି ଯେପରି ନଲାଗିବ ସେଥିପାଇଁ ମଞ୍ଚ ନିକଟରୁ ହେଲିକପ୍ଟର ଲ୍ୟାଣ୍ଡିଂ କରିବା ପର୍ଯ୍ୟନ୍ତ ରେଡ୍ କାର୍ପେଟ ବିଛାଯାଇଥିଲା। ଖାଲି ସେତିକି ଯେଉଁଠି ବିମାନଟି ଅବତରଣ କରିବ ସେହି ସ୍ଥାନରେ ହୋଇଥିବା ଫସଲକୁ ମଧ୍ୟ କାଟି ଦିଆଯାଇଛି।

ନିର୍ବାଚନୀ ପ୍ରଚାର ପାଇଁ ଉପମୁଖ୍ୟମନ୍ତ୍ରୀ ଉତ୍ତରପ୍ରଦେଶର ବାରାବାଙ୍କିରେ ପହଞ୍ଚିଥିଲେ। ଯେଉଁ ଜମିରେ ହେଲିକପ୍ଟର ଓହ୍ଲାଇଥିଲା ସେଠାରେ ମେଥି ଚାଷ ହୋଇଥିଲା। ପାଦରେ ଯେପରି ମାଟି ନଲାଗିବ ସେଥିପାଇଁ ଯତ୍ନବାନ ହୋଇପଡ଼ିଥିଲେ ନେତା। ସେଥିପାଇଁ ମଞ୍ଚ ପର୍ଯ୍ୟନ୍ତ ରେଡ୍ କାରପେଟ୍ ବିଛା ଯାଇଥିଲା। ମନ୍ତ୍ରୀଙ୍କ ପାଇଁ ଏଭଳି କାରପେଟ ବିଛାକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଛି। କିଛି ଲୋକ ଏହାକୁ ନାପସନ୍ଦ କରିବା ସହ ସମାଲୋଚନା ମଧ୍ୟ କରିଛନ୍ତି।

Comment