ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

Election Update 2PM

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

naveen patnaik

ବାଲେଶ୍ୱରର ସଭାରେ ମୋଦିଙ୍କ ଟାର୍ଗେଟର ଜବାବ ରଖିଲେ ନବୀନ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବାଲେଶ୍ୱର ଗସ୍ତ କରିଛନ୍ତି। ବାଲେଶ୍ୱର ଭୋଗରାଇରେ ମୁଖ୍ୟମନ୍ତ୍ରୀ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ‘‘ବିପଦ ବେଳେ ପ୍ରଧାନମନ୍ତ୍ରୀଙ୍କ ଦେଖାନଥିଲା। ଏବେ ଭୋଟ ପାଇଁ ପ୍ରତିଦିନ ଦୌଡ଼ୁଛନ୍ତିା ନିର୍ବାଚନ ଥିବାରୁ ପ୍ରଧାନମନ୍ତ୍ରୀ ବାରମ୍ବାର ଓଡ଼ିଶା ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି’’, ସଭାରେ ନବୀନ ମୋଦିଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତିା

ମେ ୧୯ରେ ପାଟକୁରାରେ ନିର୍ବାଚନ

ପାଟକୁରା ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କଲେ ନିର୍ବାଚନ ଅଧିକାରୀ। ମେ ୧୯ରେ ପାଟକୁରାରେ ହେବ ମତଦାନ। ମେ ୧ରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ୨ତାରିଖରେ ଯାଞ୍ଚ ଓ ୪ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।

ପୁଣି ଓଡ଼ିଶା ଆସିବେ ରାଜନାଥ ସିଂହ

ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ନେତାମାନେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଜୋର କରୁଛନ୍ତି। ଏବେ ନେତାମାନଙ୍କ ଫୋକସ୍ ଓଡ଼ିଶା ରହିଛି। କେନ୍ଦ୍ରର ବରିଷ୍ଠ ନେତାମାନେ ଲଗାତାର ଓଡ଼ିଶା ଗସ୍ତ କରୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ପୁଣି ଓଡ଼ିଶା ଗସ୍ତ କରୁଛନ୍ତି।

ସତ୍ୟବାଦୀ ଓ ବ୍ରହ୍ମଗିରରେ ଇଭିଏମ ଭଙ୍ଗା ଘଟଣାରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ପୁରୀର ସତ୍ୟବାଦୀ ଓ ବ୍ରହ୍ମଗିରିର ଦୁଇଟି ବୁଥରେ ଇଭିଏମ ଭଙ୍ଗାରୁଜା ଓ ଉତ୍ତେଜନା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ନେଇ ନିର୍ବାଚନ ଅଧିକାରୀଙ୍କୁ ଜଣାଯାଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ। ବ୍ରହ୍ମଗିରିର ୨୨୨ ନମ୍ବର ବୁଥରେ ଗୋଟିଏ ଇଭିଏମ ଓ ସତ୍ୟବାଦୀ ବିରକିଶୋରପୁରରେ ୭୮ ନମ୍ବର ବୁଥରେ ଇଭିଏମ ଭାଙ୍ଗିଦିଆଯାଇଛି। ଏ ଘଟଣାପରେ ପ୍ରିଜାଇଡିଂ ଅଫିସର ଥାନାରେ ଅଭିଯୋଗ କରିଛନ୍ତି।

୨୫ରେ ୯ଟି ବୁଥରେ ରି-ପୋଲିଂ

ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ବାତିଲ ହୋଇଥିବା ୯ଟି ବୁଥରେ ସାନି ମତଦାନ ହେବ। ଏହି ସମସ୍ତ ବୁଥରେ ଆସନ୍ତା ୨୫ତାରିଖରେ ଭୋଟଗ୍ରହଣ ହେବ। ଏ ନେଇ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାନୁସାରେ ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ବେଳେ କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ୮ଟି ଓ ଇଭିଏମ ଭଙ୍ଗା ପାଇଁ ଗୋଟିଏ ବୁଥରେ ନିର୍ବାଚନକୁ ବାତିଲ କରାଯାଇଥିଲା । ଯାହାପରେ ଏହି ସବୁ ବୁଥରେ ସାନି ମତଦାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସୁପାରିସ କରିଥିଲେ।

୨୫ରେ ରୋଡ ସୋ’, ୨୬ରେ ପ୍ରାର୍ଥିପତ୍ର ଦାଖଲ କରିବେ ମୋଦି

ବାରଣାସୀ ଲୋକସଭା ଆସନ ପାଇଁ ଆସନ୍ତା ୨୬ରେ ପ୍ରାର୍ଥିପତ୍ର ଦାଖଲ କରିବେ ନରେନ୍ଦ୍ର ମୋଦି। ଏହା ପୂର୍ବରୁ ୨୫ ତାରିଖରେ ଏକ ବିଶାଳ ରୋଡ ସୋ’ କରିବେ ମୋଦି ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ସୂଚନା ଦେଇଛନ୍ତି। ପ୍ରାର୍ଥିପତ୍ର ଦାଖଲ କରିବା ବେଳେ ଏନଡିଏରେ ସାମିଲ ଥିବା ଦଳର ନେତାମାନେ ଉପସ୍ଥିତ ରହିବେ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଅକାଳି ଶିରୋମଣି ଦଳର ସଭାପତି ସୁଖବୀର ସିଂହ ବାଦଲ ପ୍ରମୁଖ ଉପସ୍ଥିତ ରହିବେ।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

କେନ୍ଦ୍ରାପଡ଼ାରେ ମୋଦି ସିଧା ସିଧା କହିଲେ – ‘‘ ନବୀନ ଭଲରେ ଭଲରେ ରାଜନୀତିରୁ ବିଦାୟ ନିଅନ୍ତୁ’’

କଥାରେ ଦେଶ ଚାଲେ ନାହିଁ –  ନବୀନ

ପିପିଲିରେ ଷଡ଼ଯନ୍ତ୍ର ରଚିଛି ବିଜେପି, ଲୋକେ ଜବାବ ଦେବେ – ପିନାକୀ ମିଶ୍ର

ମାନବିକତାର ପରିଚୟ –  ଏମିତି ମତଦାନ କେନ୍ଦ୍ର, ଯେଉଁଠି ପ୍ରତିଟି ଅଧିକାରୀ ଦିବ୍ୟାଙ୍ଗ

ସରିଲା ତୃତୀୟ ପର୍ଯ୍ୟାୟ ମତଦାନ, ଇଭିଏମ୍‌ରେ ସିଲ୍ ହେଭିୱେଟ୍‌ ନେତାଙ୍କ ଭାଗ୍ୟ

Comment