ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନୀ ଋତୁରେ ବଲିଉଡ୍ ଷ୍ଟାର ତଥା ଅଭିନେତା ଅକ୍ଷୟ କୁମାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଆରା ସାକ୍ଷାତକାର ଦେଇଛନ୍ତ। ଏହି ଅଣରାଜନୈତିକ ସାକ୍ଷାତକାରରେ ଏକ ବଡ଼ ସନ୍ଦେଶ ଦେଇଛନ୍ତି ମୋଦି। ସାକ୍ଷାତକାରରେ ମୋଦି କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କୁ ନିଜ ବନ୍ଧୁ ବୋଲି କହିଥିଲା ବେଳେ ଘୋର ବିରୋଧୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଶଂସା କରିଛନ୍ତି।

ମମତାଙ୍କ ପ୍ରଶ୍ନ ଉପରେ ମୋଦି ବଡ଼ ଚତୁରତାର ସହିତ ଉତ୍ତର ଦେଇଥିଲେ। ମୋର ପ୍ରତିବର୍ଷ ଜନ୍ମଦିନରେ ମମତା ଦିଦି ଖଣ୍ଡେ ଦୁଇ ଖଣ୍ଡ କୁର୍ତ୍ତା ପଠାଇଥାନ୍ତି। ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ପରି ଦିଦି ମିଠା ପଠାଇଥାନ୍ତି ବୋଲି କହିଛନ୍ତି।

ଯେତେବେଳେ ବି ବିରୋଧୀ ପ୍ରସଙ୍ଗ ଉଠିଥାଏ ପ୍ରଧାନମନ୍ତ୍ରୀ ମୋଦି କଡ଼ା ସମାଲୋଚନା କରିଥାନ୍ତି। ବିରୋଧୀଙ୍କୁ ସମାଲୋଚନା ସହ ସରକାରଙ୍କ ବିଫଳତା ବିରୋଧରେ ବର୍ଷିଥାନ୍ତି। କିନ୍ତୁ ନିର୍ବାଚନର ଚରମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ପ୍ରଶଂସା କରିବାରେ ରାଜନୈତିକ ପଣ୍ଡିତ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ନିର୍ବାଚନୀ ସମୟରେ ଏହା ଯେପରି କୌଣସି କ୍ଷତି ନପହଞ୍ଚାଇବ ତାହାକୁ ପ୍ରଧାନମନ୍ତ୍ରୀ ଭୁଲି ନାହାନ୍ତି। ଏଠାରେ ଯେଉଁ କ୍ଷତି କଥା କୁହାଯାଉଛି ତାହା କ୍ଷତି ଅପେକ୍ଷା ଅଧିକ ଲାଭ ଦେବ ବୋଲି ଅନୁମାନ କରାଯାଉଛି।

ପଶ୍ଚିମବଙ୍ଗରେ ମୋଟ୍ ୪୨ ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ତିନିଟି ପର୍ଯ୍ୟାୟରେ ୧୦ଟି ଆସନରେ ନିର୍ବାଚନ ସରିଥିଲାବେଳେ ବାକି ଚାରିଟି ପର୍ଯ୍ୟାୟରେ ୩୨ଟି ଆସନରେ ମତଦାନ ହେବ। ଏହାରି ଭିତରେ ପ୍ରଧାନମନ୍ତ୍ରୀ ଅନୁଭବ କରିଛନ୍ତି ଏହି ବୟାନ ପଶ୍ଚିମବଙ୍ଗ ପ୍ରତି ବଡ଼ ସନ୍ଦେଶ ହେବ।

Comment