ଓଡ଼ିଶାଲାଇଭ ବ୍ୟୁରୋ

ମୋଦିଙ୍କ ସହ ଅକ୍ଷୟଙ୍କ ନିଆରା ସାକ୍ଷାତକାର

  • ମୋଦିଙ୍କ ମନର କଥା
  • ନା ନିର୍ବାଚନୀ ପ୍ରଚାର ନା ରାଜନୈତିକ ପ୍ରସଙ୍ଗ
  • ନିଜ ଜୀବନର ପ୍ରତିଟି କଥା କହିଲେ ମୋଦି
  • ମୋଦିଙ୍କ ନିଆରା ସାକ୍ଷାତକାର
  • କେବେ ବି ଭାବିନଥିଲି ପ୍ରଧାନମନ୍ତ୍ରୀ ହେବି
  • ରାଗ ଆସେ କିନ୍ତୁ ତାହା ପ୍ରକାଶ କରେନି
  • ମୋଦିଙ୍କୁ ଅନୁଶାସନ ପସନ୍ଦ
  • ରାଗ ମଣିଷର ସ୍ୱଭାବ ଅଟେ

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଷୟ କୁମାରଙ୍କୁ ଏକ ନିଆରା ସାକ୍ଷାତକାର ଦେଇଛନ୍ତି। ଏହା ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ସାକ୍ଷାତକାର ଯେଉଁଥିରେ ସେ କୌଣସି ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରିନାହାନ୍ତି। ଏକ ଘଣ୍ଟାରୁ ଅଧିକ ସମୟ ଧରି ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ମୋଦି ନିଜ ବ୍ୟକ୍ତିଗତ ଜୀବନଶୈଳୀ, ପରିବାର, କାମ ପ୍ରତିଟି ବିଷୟରେ ଅକ୍ଷୟଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳିଛି।

ଏହି ସାକ୍ଷାତକାର ମଧ୍ୟରେ ଅକ୍ଷୟ କୁମାର ପଚାରିଥିଲେ କି “କ’ଣ ପ୍ରଧାନମନ୍ତ୍ରୀଙ୍କୁ ରାଗ ଆସେ?” ଯାହାର ଉତ୍ତର ନରେନ୍ଦ୍ର ମୋଦି ଅତି ସହଜ ଓ ସରଳ ଭାବେ ଦେଇଥିଲେ।

“ମୁଁ ଯଦି କହିବି ମୋତେ ରାଗ ଆସେନି ତେବେ ଯେକେହି ବି ଏହା ଶୁଣି ଆଶ୍ଚର୍ଯ୍ୟ ହେବ। ରାଗ, ଅଭିମାନ ଏହା ମନୁଷ୍ୟ ସ୍ୱଭାବ ଅଟେ। କିନ୍ତୁ ଏହା ବ୍ୟକ୍ତି ଉପରେ ନିର୍ଭର କରିଥାଏ ଏହାକୁ ସେ କେମିତି ନିୟନ୍ତିତ କରୁଛି। ମୋତେ ଚପରାଶୀଙ୍କଠୁ ନେଇ କରି ମୁଖ୍ୟ ସଚିବ ପର୍ଯ୍ୟନ୍ତ କାହା ଉପରେ ରାଗିବାର ମୌକା ମିଳିନାହିଁ। ମୁଁ କେବେ ବି ସେମାନଙ୍କର ଉପରେ ରାଗିନଥାଏ।” ପ୍ରଧାମନ୍ତ୍ରୀ ଅକ୍ଷୟଙ୍କୁ ଏହା କହିଛନ୍ତି।

ସେହିପରି ମୋଦି କହିଛନ୍ତି ଭଗବାନ ଆମ ସମସ୍ତଙ୍କୁ ସବୁ କିଛି ଦେଇଛନ୍ତି। ଏହାପରେ ଆମକୁ ଭାବିବାର କଥା କେମିତି ଭଲକୁ ନେଇ ଆମେ କେମିତି ଆଗକୁ ବଢ଼ିବା। ଯେଉଁ କଥାରୁ ଯେଉଁ ସ୍ୱଭାବରୁ ନିଜ ଭିତରେ ନକରାତ୍ମକ ଭାବନା ଆସୁଛି ତାହା ଉପରେ ନିଜର ନିୟନ୍ତ୍ରଣ ରହିବା ଦରକାର।

ରାଗ ଆସିବା ଉପରୋ ମୋଦି କହିଛନ୍ତି, “ରାଗ ଭିତରେ ଆସେ ତାହାକୁ ବାହାରକୁ ନ ଆସିବାକୁ ମୁଁ ଚେଷ୍ଟା କରିଥାଏ। ଯଦି ଆପଣ କୌଣସି ମିଟିଂରେ ଅଛନ୍ତି ଆଉ ସେଠାରେ ରାଗୁଛନ୍ତି ତ ଆପଣ ମୁଖ୍ୟ ପ୍ରସଙ୍ଗରୁ ହିଁ ଓହରିଯିବେ, ପୂରା ମିଟିଂ ଖରାପ ହେବ।”

Comment