ଓଡ଼ିଶାଲାଇଭ୍ ବ୍ୟୁରୋ

ଏପ୍ରିଲ ୨୫ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ନିମାପଡ଼ା, ଚାନ୍ଦବାଲି ଓ ବରିରେ କରିବେ ସଭା।   

ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ନେତାମାନେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଜୋର କରୁଛନ୍ତି। ଏବେ ନେତାମାନଙ୍କ ଫୋକସ୍ ଓଡ଼ିଶା ରହିଛି। କେନ୍ଦ୍ରର ବରିଷ୍ଠ ନେତାମାନେ ଲଗାତାର ଓଡ଼ିଶା ଗସ୍ତ କରୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ପୁଣି ଓଡ଼ିଶା ଗସ୍ତ କରୁଛନ୍ତି।

ରାଜନାଥ ଏପ୍ରିଲ ୨୫ରେ ଓଡ଼ିଶା ଆସି ନିମାପଡ଼ା, ଚାନ୍ଦବାଲି ଓ ବରିରେ ସଭା କରିବେ। ଏହା ରାଜନାଥଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତ ରହିବ। ଏହାପୂର୍ବରୁ ଏପ୍ରିଲ ୨୦ରେ ରାଜନାଥ ମୟୂରଭଞ୍ଜ, ନୟାଗଡ଼ ଓ କଟକ ସଦରରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ।

ସେହିପରି ଏପ୍ରିଲ ୨୭ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୟୂରଭଞ୍ଜର ମୋରଡ଼ାଠାରେ ଏବଂ ଯାଜପୁରର ସୁକିନ୍ଦାରେ ଏକ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।।

Comment