ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବଲିଉଡ ଚକୋଲେଟ୍‌ ଷ୍ଟାର ବରୁଣ ଧାୱନ ନିଜ ପିତାଙ୍କ ନିର୍ଦ୍ଦେଶିତ ୮୦ ଦଶକ ଫିଲ୍ମ ‘କୁଲି ନମ୍ବର-୧’ର ରିମେକ୍‌ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ତେବେ ବରୁଣଙ୍କ ବିପକ୍ଷରେ କେଉଁ ଅଭିନେତ୍ରୀ ଏହି ଫିଲ୍ମରେ ନଜର ଆସିବେ ନେଇ ବହୁ ଦିନରୁ ଚର୍ଚ୍ଚା ଲାଗି ରହିଛି। ବୁଧବାର ଏହା ଉପରୁ ପରଦା ଉଠିଛି। କୁଲି ନମ୍ବର-୧ ଫିଲ୍ମରେ ବରୁଣଙ୍କ ଅପୋଜିଟ୍‌ରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଅଭିନୟ କରିବେ।

ଆସନ୍ତା ଅଗଷ୍ଟ ମାସଠାରୁ ଫିଲ୍ମ ‘କୁଲି ନମ୍ବର-୧’ର ସୁଟିଂ ଆରମ୍ଭ ହେବ। ନିଜ ପିତା ଡେଭିଡ୍‌ ଧାୱନଙ୍କ ନିର୍ଦ୍ଦେଶିତ ‘ଜୁଡ୍‌ୱା-୨’ ଫିଲ୍ମର ସଫଳତା ପରେ ‘କୁଲି ନମ୍ବର-୧’ ହେଉଛି ବରୁଣଙ୍କ ଆଗାମୀ ଫିଲ୍ମ।

୯୦ ଦଶକର ହିଟ୍‌ ଫିଲ୍ମ ‘କୁଲି ନମ୍ବର-୧’ରେ କମେଡି ଷ୍ଟାର ଗୋବିନ୍ଦା ଏବଂ କରିଶ୍ମାଙ୍କ ଜୋଡ଼ିକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ବର୍ତ୍ତମାନ ଏହାର ରିମେକ୍‌ରେ ବରୁଣ ଏବଂ ସାରାଙ୍କ ଜୋଡ଼ିକୁ ଦର୍ଶକ କେତେ ଦୂର ପସନ୍ଦ କରୁଛନ୍ତି ତାହା ଦେଖିବା ବାକି।

Comment