ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଅଭିନେତ୍ରୀରୁ ନେତ୍ରୀ ବନିଥିବା ରଙ୍ଗିଲା ଗର୍ଲ ଆଜି ତାଙ୍କ ସମାଲୋଚକଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ସୋସିଆଲ ମିଡ଼ିଆରେ ଟ୍ରୋଲ କିମ୍ବା ବ୍ୟକିଗତଭାବେ ଟାର୍ଗେଟ କରିବା ତାଙ୍କୁ କିଛି ଫରକ ପକାଏନାହିଁ। କାରଣ ସେ ରାଜନୀତିରେ ଲମ୍ବା ରେସ ଖେଳିବାକୁ ଆସିଛନ୍ତି।

ଉର୍ମିଳା ନିକଟରେ କଂଗ୍ରେସରେ ସାମିଲ ହୋଇଥିଲେ। ଏହାସହିତ ସେ ଏଥର ମୁମ୍ବାଇ ଉତ୍ତରରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି। ପ୍ରାର୍ଥିପତ୍ର ଦାଖଲ ପରେ ସୋ ଜୋରସୋରରେ ନିର୍ବାଚନୀ ପ୍ରଚାରରେ ଲାଗିଛନ୍ତି।

ସେ କହିଛନ୍ତି, “ମୁଁ କେବେ କୌଣସି କାମ ଅଧାରେ ଛାଡ଼ିନାହିଁ। ତେବେ ତାହା ମୋ ପାଠପଢ଼ା ହେଉ ଅବା କ୍ୟାରିୟର। ରାଜନୀତିକୁ ଆସିବାର ନିଷ୍ପତ୍ତିବି ମୁଁ ବହୁ ବୁଝି ବିଚାରି ନେଇଛି। ଆଉ ମୁଁ ଏଥିରେ ମୋ ଶତ ପ୍ରତିଶତ ଦେବି। ମୋର ଲକ୍ଷ ସ୍ପଷ୍ଟ ଅଟେ।”

ତେବେ ଦେଖିବାକୁ ବାକି ରହିଲା ନିଜ କ୍ୟାରିୟର ପରି ରାଜନୀତରେ ସେ କେତେ ସଫଳ ହେଉଛନ୍ତି। ଲୋକଙ୍କ ଭଲପାଇବା କେତେ ମିଳୁଛି ଓ ଆଗାମୀ ୫ବର୍ଷ ଲାଗି ମୁମ୍ବାଇ ଉତ୍ତରର ଶାସନ ଭାର କାହାକୁ ଦେଉଛନ୍ତି।

ନରେନ୍ଦ୍ର ମୋଦିଙ୍କୁ ରାଗ ଆସିଲେ ସେ କ’ଣ କରନ୍ତି?

Comment