ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

naveenଏପ୍ରିଲ ୨୯ରେ ମୟୂରଭଞ୍ଜ ଲୋକସଭା ଏବଂ ତତସଂଲଗ୍ନ ବିଧାନସଭା ଆସନ ପାଇଁ ହେବ ଭୋଟ। ଏଥିପାଇଁ ମୟୂରଭଞ୍ଜରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କରିଛନ୍ତି ମାରାଥନ ପ୍ରଚାର। ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ନବୀନ ଭୋଟରଙ୍କୁ କରିଛନ୍ତି ନିବେଦନ।

ନବୀନ ହାଇଟେକ୍ ବସରେ ମୟୂରଭଞ୍ଜ ଜିଲ୍ଲାରେ ରୋଡ ସୋ’ କରିଥିଲେ। ବୁଧବାର ଅପରାହ୍ଣରେ ବାଲେଶ୍ଵର ଜିଲ୍ଲାରୁ ଆସି କଳମା ନିକଟରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବେଶ କରିଥିଲେ ନବୀନ। ନବୀନଙ୍କୁ ଦେଖିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକଙ୍କର ପ୍ରବଳ ଭିଡ଼ ଲାଗିଥିଲା।

ସନ୍ଧ୍ୟାରେ ବାରିପଦା ସହରର ବିଭିନ୍ନ ଛକ ସ୍ଥାନରେ ନବୀନଙ୍କୁ ସ୍ୱାଗତ କରିଥିଲେ ବିଜେଡିର ସମର୍ଥକମାନେ।

ବୁଧବାର ପୂର୍ବାହ୍ଣରେ ନବୀନ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ନିର୍ବାଚନୀ ସଭାରେ ସିଧା ମୋଦିଙ୍କୁ ଟାର୍ଗେଟ କରିଥିଲେ।

Comment