ଓଡ଼ିଶାଲାଇଭ ବ୍ୟୁରୋ

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲା ଏବେ ଭିନ୍ନ ମୋଡ଼ ନେଇଛିା ମୁଖ୍ୟ ବିଚାରପତିଙ୍କ ଆଇନଜୀବୀ ଉତ୍ସବ ବେନ୍ସ ଏହି  ଅଭିଯୋଗ ପଛରେ ଷଡ଼ଯନ୍ତ୍ର ରହିଥିବା ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲୋ ସତ୍ୟପାଠକୁ ଅଧାର କରି କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଗୁରୁବାର ଶୁଣାଣି କରିଛନ୍ତି।

ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତିା ଏହାର ମାମଲାର ଯାଞ୍ଚ କରିବେ ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକା ଜଷ୍ଟିସ ପଟ୍ଟନାୟକଙ୍କୁ ଯାଞ୍ଚରେ ସହଯୋଗ କରିବେ ସିବିଆଇ ଓ ଆଇବି ମୁଖ୍ୟ।

ବୁଧବାର ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତିଙ୍କ ଓକିଲ ଉତ୍ସବ ବେନ୍ସ ବନ୍ଦ ଲଫାପାରେ ସିସିଟିଭି ଫୁଟେଜ ଦାଖଲ କରିବା ସହ ଏହାକୁ ଷଡ଼ଯନ୍ତ୍ର ବୋଲି ଦର୍ଶାଇଥିଲେ।

ପୂରା ମାମଲାର ନ୍ୟାୟିକ ଯାଞ୍ଚ ଦାବି କରିଥିଲେ ବେନ୍ସ।  ଓକିଲ ଆଣିଥିବା ଅଭିଯୋଗକୁ ଗୁରୁତର ଭାବେ ନେଇଥିଲେ ସୁପ୍ରିମକୋର୍ଟ।

କ’ଣ ଥିଲା ମାମଲା?

ସୁପ୍ରିମକୋର୍ଟର ଜଣେ ପୂର୍ବତନ ମହିଳା କର୍ମଚାରୀ ମୁଖ୍ୟ ବିଚାରପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏନେଇ ସଂପୃକ୍ତ ମହିଳା ଜଣକ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟର ଅନ୍ୟ ବିଚାରପତିଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ନିଜେ ଗୋଗଇ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ଏହା ପଛରେ ବିରାଟ ଷଡ଼ଯନ୍ତ୍ର ହୋଇଥିବା କହିଥିଲେ।

Comment