ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଜାହ୍ନବୀ କପୁରଙ୍କ ଭଉଣୀ ଖୁସୀ କପୁରଙ୍କ କହିବା କଥା ତାଙ୍କ ବାପା (ବୋନି କପୁର) ତାଙ୍କୁ ଓ ତାଙ୍କ ଭଉଣୀଙ୍କୁ ନେଇ ଅଧିକ ପ୍ରୋଟେକ୍ଟଟିଭ ଅଟନ୍ତି। ଖୁସିଙ୍କ କହିବା କଥା ତାଙ୍କ ବାପାଙ୍କ ବ୍ୟବହାର କେବେ କେବେ ଏମିତି ଲାଗେ କି ଯେମିତି ଘରେ କର୍ଫ୍ୟୁ ଲାଗିଛି।

ଅଭିନେତ୍ରୀ ଶ୍ରୀଦେବିଙ୍କ ଝିଅ ଏହି ଖୁଲାସା ଏକ ସୋର ସାକ୍ଷାତକାରରେ କରିଛନ୍ତି। ଯେତେବେଳେ ସୋ’ର ଆଙ୍କର ନେହା ଧୁପିଆ ଯେତେବେଳେ ଫିଲ୍ମରେ ଅଭିନୟ କରିବା ନେଇ ପଚାରିଥିଲେ ଖୁସି ହଁ କହିଥିଲେ। ଏହାସହିତ ସେ କହିଥିଲେ କି ସେ ନିର୍ଦ୍ଦେଶକ କରଣ ଜୋହରଙ୍କୁ ଆଖି ବନ୍ଦ କରି ଅନୁସରଣ କରନ୍ତି, କିନ୍ତୁ ସହ କଳାକାରଙ୍କ ଚୟନ ତାଙ୍କ ବାପା କରିବେ।

ଏହା ପରେ ନେହା ପଚାରିଥିଲେ କି, “ଖୁସି ଏବେ ତୁମେ ୧୮ବର୍ଷର ଅଟ। ମୁଁ ଏହା ଜାଣିବା ଲାଗି ଉତ୍ସୁକ କି କଣ ତୁମେ କେବେ କୌଣସି ଅସୁବିଧାରେ ପଡ଼ିଛି?” ଖୁସି କହିଥିଲେ କି “କର୍ଫ୍ୟୁ” ମୁଁ ଏହା କହିସାରିଛି।

ସାକ୍ଷାତକାରର ପ୍ରମୋ ସାମ୍ନାକୁ ଆସିଛି। ଭିଡ଼ିଓରେ ଦୁଇ ଭଉଣୀ ଖୁସି ମଜାକ କରୁଥିବା ଦେଖିବାକୁ ମିଳିଛି।

Comment