ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବାରିପଦା ମୋରଡାରେ ନିର୍ବାଚନ ରାଲୀ କରିଛନ୍ତି। ମୋରଡାରେ ନବୀନ ସିଧା ମୋଦି ଓ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

“ରାଜ୍ୟରେ ବିପତ୍ତି ପଡ଼ିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦେଖା ନଥିଲା। ହେଲେ ଏବେ ଭୋଟ୍‌ ପାଇଁ ଓଡ଼ିଶା ଦୌଡ଼ିଛନ୍ତି। ନିର୍ବାଚନ ଆସିବାରୁ ପ୍ରଧାନମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି”, ନବୀନ କହିଛନ୍ତି।

“କାଳିଆ ଯୋଜନାରେ ରାଜ୍ୟର ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି। ହେଲେ କେନ୍ଦ୍ର ଏହାକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ କରୁଛି। ମୁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେନି” ନବୀନ କହିଛନ୍ତି।

ମୟୂରଭଞ୍ଜ ମେଡିକାଲ କଲେଜ ପ୍ରସଙ୍ଗ ଉଠାଇଲେ ନବୀନ

ମୟୂରଭଞ୍ଜ ମେଡିକାଲ କଲେଜ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ନବୀନ। ନବୀନ କହିଛନ୍ତି, “ମୟୂରଭଞ୍ଜ ମେଡିକାଲ କଲେଜ ହେଲା। ମେଡିକାଲ କଲେଜ ନିର୍ମାଣ ପାଇଁ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ବିରୋଧ କରିଥିଲେ। ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଏହା ସଫଳ ହୋଇଥିଲା।”

ମୟୂରଭଞ୍ଜ ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ୮୦ ପ୍ରତିଶତ ଖର୍ଚ୍ଚ କରିଥିବା ବେଳେ କେନ୍ଦ୍ର ଖର୍ଚ୍ଚ କରିଥିଲା ମାତ୍ର ୨୦ ପ୍ରତିଶତ। ଏହା କି ପ୍ରକାର ରାଜନୀତି ବୋଲି ପ୍ରଶ୍ନ କରିଛନ୍ତି ନବୀନ। ଚଳିତ ନିର୍ବାଚନରେ ଓଡ଼ିଶାର ଜନତା ତାଙ୍କୁ ଉଚିତ ଶିକ୍ଷା ଦେବେ ବୋଲି ନବୀନ କହିଛନ୍ତି।

Comment