ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ହେବ ଏପ୍ରିଲ ୨୯ରେ। ପ୍ରଚାର ଲାଗି ହାତରେ ମାତ୍ର ଅଉ କେଇଦିନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋରଡ଼ା ନିର୍ବାଚନୀ ସଭାରୁ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

“ରାଜ୍ୟର ବିପତ୍ତି ବେଳେ ପ୍ରଧାନମନ୍ତ୍ରୀ ଆସିନଥାନ୍ତି। ଦୁଃଖ ବେଳେ ସମୟ ଦେଲେ ଏବେ ଭୋଟ ପାଇଁ ବାରମ୍ବାର ଓଡ଼ିଶା ଆସୁଛନ୍ତି। ନିର୍ବାଚନ ଆସୁଥିବାରୁ କୁମ୍ଭୀର କାନ୍ଦଣା ଦେଉଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ବହୁମତ ପାଇସାରିଛି ବିଜେଡି।” ମୁଖ୍ୟମନ୍ତ୍ରୀ ବିଜେପିକୁ ଟାର୍ଗେଟ କରି ଏହା କହିଛନ୍ତି।

“କେନ୍ଦ୍ରରେ ଜାତୀୟ ଦଳ ବହୁମତ ପାଇବେନି। ସରକାର ଗଠନର ରାଜ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ।” ଏହା କହିଛନ୍ତି ବିଜେଡି ସଭାପତି।

ଏହାସହିତ ନବୀନ ପଟ୍ଟନାୟକ ମୟୂରଭଞ୍ଜରେ ମେଡିକାଲ କଲେଜ ପ୍ରସଙ୍ଦ ଉଠାଇଛନ୍ତି ନବୀନ। ଜଣେ କେନ୍ଦ୍ରମନ୍ତ୍ରୀ ଏହାକୁ ବିରୋଧ କରିଥିଲେ। ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହେବା ପରେ ସଫଳ  ମିଳିଥିଲା। ମେଡିକାଲ କଲେଜ ଗଠନ ଲାଗି କେନ୍ଦ୍ର ୨୦ ପ୍ରତିଶତ ଓ ରାଜ୍. ୮୦ ପ୍ରତିଶତ ଦେଇଥିବା ନବୀନ କହିଛନ୍ତି। ଏହା କି ପ୍ରକାରର ରାଜନୀତି ବୋଲି ନବୀନ ପ୍ରଶ୍ନ କରିଛନ୍ତି।

Comment