ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପିପଲ ମାଗାଜିନ୍‌ରେ ବ୍ୟୁଟି ଅଫ ଦ ୟଅରର ଟାଇଟଲ ଦିଆଯାଇଛି। ଏହାସହିତ ପ୍ରିୟଙ୍କାଙ୍କ କହିବା କଥା ମଣିଷର ସୁନ୍ଦରତା ସବୁକିଛି ନୁହଁ।

ଆମେରିକୀୟ ସିଙ୍ଗର ନିକ ଜୋନସଙ୍କ ପତ୍ନୀ, ପିପଲ ମ୍ୟାଗାଜିନର ସୁନ୍ଦର ସଂସ୍କରଣରେ ସୁନ୍ଦର ମହିଳାଙ୍କ ମଧ୍ୟରୁ ଜଣେ ଅଟନ୍ତି। ପ୍ରିୟଙ୍କାଙ୍କ କହିବା କଥା,“ଆମେ ଯେଉଁ ଦୁନିଆରେ ଅଛୁ ସେଠାରେ ସୁନ୍ଦରତାର ମାପଦଣ୍ଡରେ କୌଣସି ବାସ୍ତବତା ନାହିଁ।”

ମାଗଜିନ୍‌ ତରଫରୁ ପ୍ରିୟଙ୍କାଙ୍କ ଏହି କଥାକୁ କୋଟ କରାଯାଇଛି, ଯେଉଁଥିରେ ସେ କହିଛନ୍ତି କି, “ଏ କିଛି ଏମିତି ପ୍ରକାରର ଅଟେ ଯେଉଁ ପ୍ରକାରର ଆମେ ଏହାକୁ ବନାଇଛେ।”

ପିସି କହିଛନ୍ତି, “ମନୁଷ୍ୟର ଲୁକ୍ ସବୁକିଛି ହୋଇନଥାଏ। ଆତ୍ମବିଶ୍ୱାସ ଓ ନିଜ କାମକୁ କେମିତି ଆହୁରି ଭଲଭାବେ କରିପାରିବାର କ୍ଷମତା ହିଁ ସବୁକିଛି ଅଟେ।”

ଗତ ଡିସେମ୍ବରରେ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ ବିବାହ କରିଥିଲେ। ନିକ ଜଣେ ଆମେରିକୀୟ ସିଙ୍ଗର।

Comment