ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ବାରଣାସୀ ଲୋକସଭା ଆସନଲାଗି ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥିପତ୍ର ଦାଖଲ କରିବେ। ଅନ୍ୟପଟେ ମୋଦିଙ୍କ ବିରୋଧରେ କଂଗ୍ରେସ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଦଳ ପ୍ରାର୍ଥୀ କରିବା ଚର୍ଚ୍ଚାର ଅନ୍ତ ହୋଇଛି।

ଦଳ ପ୍ରିୟଙ୍କା ଗାନ୍ଧିଙ୍କୁ ଟିକେଟ ଦେଇନାହିଁ। ଗୁରୁବାର କଂଗ୍ରେସ ବାରଣାସୀ ଲାଗି ତାର ପ୍ରାର୍ଥୀ ଘୋଷଣା କରିଛି। ଅଜୟ ରାୟଙ୍କୁ ଦଳ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ କରିଛି।

ଅଜୟ ରାୟ ୨୦୧୪ରେ ଏହି ଆସନରୁ କଂଗ୍ରେସର ଆଶାୟୀ ଥିଲେ ଆଉ ଏଥର ବାରଣାସୀ ଆସନରୁ ଦଳ ତାଙ୍କୁ ଟିକେଟ ଦେଇଛି। ତେବେ ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସର ଅଜୟ ରାୟ ଓ ସମାଜବାଦି ପାର୍ଟି-ବିଏସପି ମେଣ୍ଟର ପ୍ରାର୍ଥୀ ଶାଲିନୀ ଯାଦବଙ୍କ ମଧ୍ୟରେ ମୁକାବିଲା ହେବାକୁ ଯାଉଛି।

ଅଜୟ ରାୟ ୨୦୧୪ ଲୋକସଭା ନିର୍ବାଚନରେ ତୃତୀୟ ସ୍ଥାନରେ ଥିଲେ। ମାତ୍ର ୨୦୦୯ ଲୋକସଭା ନିର୍ବାଚନରେ ଅଜୟ ରାୟ ସମାଜବାଦି ପାର୍ଟିରୁ ନିର୍ବାଚନ ଲଢ଼ିଥିଲେ। ତାଙ୍କୁ ୧ଲକ୍ଷ ୨୩ହଜାରରୁ ଅଧିକ ଭୋଟ ମିଳିଥିଲା।

ଗତ କିଛିଦିନ ହେବ ପ୍ରାୟ ସବୁ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲାକି କଂଗ୍ରେସର ଏଥର ପ୍ରିୟଙ୍କା ଗାନ୍ଧିଙ୍କୁ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ କରିପାରେ। ଏପରିକି ପ୍ରିୟଙ୍କା ମଧ୍ୟ ଏ ନେଇ ଇଶାରା କରିଥିଲେ ଯଦି ଦଳ ଟିକେ ଦେବେ ତେବେ ନିର୍ବାଚନ ଲଢ଼ିବା ଲାଗି ସେ ପ୍ରସ୍ତୁତ ଅଛନ୍ତି।

Comment