ଓଡ଼ିଶାଲାଇଭ୍ ବ୍ୟୁରୋ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଯାଜପୁରର ବରୀରେ ବିଜୟ ସଂକଳ୍ପ ସଭାରେ ଯୋଗଦେଇଛନ୍ତି ରାଜନାଥ ସିଂହ। ରାଜନାଥ ସିଧାସଳଖ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସେ ନିଜ ଅଭିଭାଷଣ ପ୍ରଶ୍ନ ବାଣରେ ଆରମ୍ଭ କରିଥିଲେ।

ସେ ପ୍ରଶ୍ନ କରିଥିଲେ କି ଘରେ ଘରେ ବିଜୁଳି ଅଛି କି?, ପାଣି ପହଞ୍ଚିଛି କି? ସଡ଼କ ନିର୍ମାଣ ହୋଇ ପାରିଛି କି?

ସେ ଆହୁରି ମଧ୍ୟ କହିଛନ୍ତି, ‘‘ମୋଦି ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ବ୍ୟବସ୍ଥା ଆଣିଛନ୍ତି। କିନ୍ତୁ ନବୀନ ସରକାର ଏହାକୁ ଲାଗୁ କରି ନାହାନ୍ତି। ବିଜେଡି ସରକାର ଏହାକୁ ଲାଗୁ କରି ନାହାନ୍ତି। ୨୦ ବର୍ଷ ଧରି ଓଡ଼ିଶାରେ ବିଜେଡି ସରକାର କରି ମଧ୍ୟ ଓଡ଼ିଶାର କୌଣସି ବିକାଶ ହୋଇ ନାହିଁ।  ବିଜେପି ସରକାରକୁ ୫ ବର୍ଷ ସୁଯୋଗ ଦିଅନ୍ତୁ। ଓଡ଼ିଶାକୁ ୧ ନମ୍ବର କରିବୁ।’’

ଏହି ସଭାରେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଥିଲେ ରାଜନାଥ। ସେ କରିଥିଲେ ଯେ ଦେଶରେ କଂଗ୍ରେସ ମୁକ୍ତ ହେଲେ ହିଁ ଦେଶ ଗରିବ ମୁକ୍ତ ହେବ।

ଏହାପରେ ଚାନ୍ଦବାଲି ଓ ନିମାପଡ଼ା ବିଧାନସଭା ଅନ୍ତର୍ଗତ ଗୋପର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ।

Comment