ଓଡ଼ିଶାଲାଇଭ୍ ବ୍ୟୁରୋ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଏପଟେ ସୁପ୍ରିମକୋର୍ଟରେ ସିଜେଆଇଙ୍କ ଓକିଲ ଉତ୍ସବ ବେଂସ୍ ବନ୍ଦ ଲଫାପାରେ ସିସିଟିଭି ଫୁଟେଜ ଦାଖଲ କରିବା ସହ ଏହାକୁ ଷଡ଼ଯନ୍ତ୍ର ବୋଲି ସେ ଦର୍ଶାଇଛନ୍ତି।

ଏହି ଷଡ଼ଯନ୍ତ୍ର ପଛରେ ଦେଶର ବଡ଼ କାର୍ପେଟଦାରଙ୍କ ହାତ ଥିବା ସେ ଅଭିଯୋଗ କରିବା ସହ ପୂରା ମାମଲାର ନ୍ୟାୟିକ ଯାଞ୍ଚ ଦାବି କରିଛନ୍ତି।

ସିଜେଆଇ ରଞ୍ଜନ ଗୋଗଇଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିବା ପାଇଁ ଦେଢ଼ କୋଟି ଟଙ୍କା ଅଫର ଆସିଥିବା କହିଛନ୍ତି ଓକିଲ ବେନ୍ସ । ଓକିଲ ଆଣିଥିବା ଅଭିଯୋଗକୁ ଗୁରୁତର ଭାବେ ନେଇଛନ୍ତି ସୁପ୍ରିମକୋର୍ଟ। ଏହାଛଡ଼ା ବରଖାସ୍ତ ହୋଇଥିବା କର୍ମଚାରୀ ସିଜେଆଇଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିଥିବା କହିଛନ୍ତି।

ମାମଲାର ଗମ୍ଭୀରତାକୁ ବିଚାର କରି ସୁପ୍ରିମକୋର୍ଟ ତିନି ଜଣିଆ ଯାଞ୍ଚ କମିଟି ଗଠନ କରିଛନ୍ତି। ଏହାଛଡ଼ା ସିବିଆଇ ନିର୍ଦ୍ଦେଶକ, ଦିଲ୍ଲୀ ପୋଲିସ କମିଶନର ଏବଂ ଆଇବିର ମୁଖ୍ୟଙ୍କୁ ସମନ କରିଛନ୍ତି। ଏହି ମାମଲାର ଯାଞ୍ଚ କିପରି ଆଗକୁ ବଢ଼ିବ ସମସ୍ତେ ଏକାଠି ହୋଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  ରହିଛି ମାମଲା ?

ସୁପ୍ରିମକୋର୍ଟର ଜଣେ ପୂର୍ବତନ ମହିଳା କର୍ମଚାରୀ ସିଜେଆଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏନେଇ ସଂପୃକ୍ତ ମହିଳା ଜଣକ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟର ଅନ୍ୟ ବିଚାରପତିଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ନିଜେ ଗୋଗଇ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ଏହା ପଛରେ ବିରାଟ ଷଡ଼ଯନ୍ତ୍ର ହୋଇଥିବା କହିଥିଲେ।

Comment