ଓଡ଼ିଶାଲାଇଭ ବ୍ୟୁରୋ

 

ବୁଧବାର ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହୋଇଥିଲା। ୪ଚି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଟିଟିଲାଗଡ଼ରେ ୫୩୦୫ ସହିତ ବୁଧବାର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା।

ସକାଳ ୯ଟାପରେ ଘରୁ ବାହାରକୁ ବାରିବା ମୁସ୍କିଲ ହୋଇପଡ଼ୁଛି। ପ୍ରବଳ ଖରା ଗରମ ସହିତ ଗରମ ପବନ ବହୁଛି। ଯାହା ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି।

ପାଣିପାଗ ବିଭାଗର ଆକଳନ ଅନୁସାରେ ଏଭଳି ଗରମ ଆହୁରି ୨ରୁ ୩ ଲାଗି ରହିବ। ଏହାସହିତ ସର୍ବାଧିକ ତାପମାତ୍ରା ଆହୁରି ୨ରୁ ୩ଡିଗ୍ରୀ ବଢ଼ିବ।

ସେପଟେ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନାଥିବାରୁ ପରବର୍ତ୍ତୀ ୩୬ଘଣ୍ଟାରେ ଏହା ଅବପାତରେ ରୂପ ନେବାର ସମ୍ଭାବନା ରହିଛି।

ଏହାସହିତ ଖରାଗରମ ସହିତ ଆସନ୍ତା ୪ଦିନ ଯାଏଁ ରାଜ୍ର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।

Comment