ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ବାତିଲ ହୋଇଥିବା ୯ଟି ବୁଥରେ ସାନି ମତଦାନ ଆଜି ଆରମ୍ଭ ହୋଇଛି । ସାନିମତଦାନ ନେଇ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ। ମତଦାନ ଲାଗି ନିର୍ବାଚନ କମିଶନଙ୍କ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି।

ଦିନ ୧ଟା ସୁଦ୍ଧା ୪୮ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ସୂଚନାନୁସାରେ ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ବେଳେ କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ୮ଟି ଓ ଇଭିଏମ ଭଙ୍ଗା ପାଇଁ ଗୋଟିଏ ବୁଥରେ ନିର୍ବାଚନକୁ ବାତିଲ କରାଯାଇଥିଲା । ଯାହାପରେ ଏହି ସବୁ ବୁଥରେ ସାନି ମତଦାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସୁପାରିସ କରିଥିଲେ।

୨ଟି ବୁଥରେ ସକାଳ ୭ଟାରୁ ଅପରାହ୍ନ ୪ଟା ଓ ବାକି ବୁଥରେ ସଂଧ୍ୟା ୬ଟା ଯାଏଁ ମତଦାନ ହେବ।

ରାଜ୍ୟରେ ୩ଟି ପର୍ଯ୍ୟାୟରେ ଭୋଟିଂ ସରିଛି। ଆସନ୍ତା ୨୯ରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ହେବ। ଏହାସହିତ ନିର୍ବାଚନ ଅଭିଯାନ ସରିବ ରାଜ୍ୟରେ। ମେ ୨୩ରେ ଆସିବ ରେଜଲ୍ଟ।

Comment