ଓଡ଼ିଶାଲାଇଭ୍‌ ବ୍ୟୁରୋ

ନଣ୍ଡା ବେଶରେ ନବୀନଙ୍କ ଡାଏଲଗ୍‌ ‘ଆପଣମାନେ ଖୁସି ତ’ ସୋସିଆଲ ମିଡିଆରେ ଭାଇରାଲ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଆପଣମାନେ ଖୁସି ତ’ ନାରା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେବଳ ରାଜନୈତିକ ନୁହେଁ ବର୍ତ୍ତମାନ ଏହା ଏକ ସାମାଜିକ ଢଗଢମାଳିରେ ପରିଣତ ହୋଇଗଲାଣି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବ୍ରହ୍ମପୁରର ଠାକୁରାଣୀ ଯାତ୍ରାରେ।

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଅବସରରେ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ଅସୁର ବେଶ

ଠାକୁରାଣୀ ଯାତ୍ରାର ପରମ୍ପରା ଅନୁଯାୟୀ ଶୁକ୍ରବାର ନଣ୍ଡା ବେଶରେ ବାହାରିଥିଲେ ଶହ ଶହ ଶ୍ରଦ୍ଧାଳୁ। ଏହି ଯାତ୍ରାର ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ନଣ୍ଡା ହୋଇଥିବା ଏକ ପିଲାର ପିଠିରେ ‘ଆପଣମାନେ ଖୁସି ତ’ ଲେଖାଥିବା ଦୃଶ୍ୟ ଦେଖିବାକୁ ମିଳିଛି। ନଣ୍ଡା ବେଶରେ ନବୀନଙ୍କ ଡାଏଲଗ୍‌ ଲୋକଙ୍କ ଭିତରେ କୌତୁହଳ ସୃଷ୍ଟି କରିଛି। ପିଲାଟିର ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଅବସରରେ ଆକର୍ଷଣୀୟ ବାଘ ବେଶ

ନବୀନଙ୍କ ‘ଆପଣମାନେ ଖୁସି ତ’ ନାରା ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି। ଓଡ଼ିଶା ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ସମାରୋହରେ ନବୀନ ଏହି ଡାଏଲଗ୍‌ କହିଥିଲେ। କଳିଙ୍ଗ ଷ୍ଟାଡିୟମରୁ ବର୍ତ୍ତମାନର ନିର୍ବାଚନ ପ୍ରଚାର ଯାଏଁ ନବୀନ ଏହାକୁ ପଲିଟିକାଲ ଷ୍ଟ୍ରଟେଜୀ କରିସାରିଛନ୍ତି।

କିଛିଦିନ ତଳେ ‘ଆପଣମାନେ ଖୁସି ତ’ ଡାଏଲଗ୍‌କୁ ନେଇ ଏକ ଗୀତ ମଧ୍ୟ ରିଲିଜ ହୋଇଥିଲା। ଯାହା ଡିଜିଟାଲ ପ୍ଲାଟଫର୍ମରେ ଭାଇରାଲ ହୋଇଥିଲା। ତେବେ ଠାକୁରାଣୀ ଯାତ୍ରାରେ କୁନି ପିଲାଟିର ନଣ୍ଡା ବେଶ ଫଟୋକୁ ସୋସିଆଲ ମିଡିଆରେ ଭଲ ରେସପନ୍ସ ମିଳିଛି।

Comment