ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୀମାରେ ପାକିସ୍ତାନ ଏବଂ ଚୀନକୁ କଡ଼ା ଜବାବ ଦେବା ପାଇଁ ଦୃଢ଼ ପଦକ୍ଷେପ ନେଇଛନ୍ତି ଭାରତ ସରକାର। ନିୟନ୍ତ୍ରଣରେଖାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ହେଉଥିବାରୁ ଏହାର କଡ଼ା ଜବାବ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସୀମା ସହିତ ସେନାକୁ ଆହୁରି ଶକ୍ତ କରିବା ପାଇଁ ଚାରିଟି ସୁଡ଼ଙ୍ଗ ନିର୍ମାଣ ହେବ।

ଏହି ସୁଡ଼ଙ୍ଗରେ ଗୋଳାବାରୁଦ ସହ ଯୁଦ୍ଧାସ୍ତ୍ର ରହିବ। ସୁଡ଼ଙ୍ଗ ନିର୍ମାଣ ପାଇଁ ଭାରତୀୟ ସେନା ଏବଂ ଏନ୍‌ଏଚ୍‌ପିସି ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି। ୧୭୫ରୁ ୨୦୦ ମେଟ୍ରିକ ଟନ୍ ଗୋଳାବାରୁଦ ରହି ପାରିବା ଭଳି ଚାରିଟି ଟନେଲ ହେବ।  ପାକିସ୍ତାନ ସୀମାରେ ଗୋଟିଏ ଏବଂ ଚୀନର ସୀମାରେ ତିନିଟି ଏହିପରି ମୋଟ୍ ଚାରିଟି ଟନେଲ ନିର୍ମାଣ ହେବ। ଦୁଇ ବର୍ଷ ଭିତରେ ନିର୍ମାଣ କାମ ସାରିବା ଲକ୍ଷ୍ୟ ରଖାଯାଇଛି।

Comment