ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

Election Update 2PM

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

Naveen

ପୁଣି ଏରସମାରେ କେନ୍ଦ୍ର ଉପରେ ବର୍ଷିଲେ ନବୀନ

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ହେବ ଏପ୍ରିଲ ୨୯ରେ। ପ୍ରଚାର ଲାଗି ହାତରେ ମାତ୍ର ଅଉ କେଇଦିନ। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜଗତସିଂହପୁର ବାଲିକୁଦାରେ ଏରସମାରେ ନିର୍ବାଚନ ପ୍ରଚାର କରିଛନ୍ତି। ଏରସମା ସଭାରେ ଯୋଗ ଦେଇ ନବୀନ ସିଧା କେନ୍ଦ୍ରକୁ ସମାଲୋଚନା କରିଛନ୍ତି।

rahul

ବିମାନରେ ତ୍ରୁଟି ଯୋଗୁଁ ବିଳମ୍ବରେ ଓଡ଼ିଶା ଆସିବେ ରାହୁଲ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ଓଡ଼ିଶା ଗସ୍ତରେ ଆଜି ବିଳମ୍ବ ହେବା ରାହୁଲଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାହୁଲ ବିଳମ୍ବରେ ଓଡ଼ିଶା ଆସିବେ। ବିଳମ୍ବ ନେଇ ନିଜେ ରାହୁଲ ଟୁଇଟ କରି ସୂଚନା ଦେଇଛନ୍ତିା ଆସିବାରେ ବିଳିମ୍ବ ହେଉଥିବାରୁ ରାହୁଲ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତିା

omm prakash

ମୁହଁ ଖୋଲିଲେ ଓମ୍ ପ୍ରକାଶ – ‘‘ସତ୍ୟବାଦୀରେ ଚାଲିଥିଲା ବୁଥ୍ ରିଗିଂ’’

ସତ୍ୟବାଦୀ ଇଭିଏମ୍ ଭଙ୍ଗାରୁଜା ଘଟଣା ଭିନ୍ନ ମୋଡ଼ ନେଇଛି। ଏହି ଘଟଣାରେ ମୁହଁ ଖୋଲିଛନ୍ତି ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର। ଏକ ଭିଡିଓ ଜରିଆରେ ଓମ୍ ନିଜ ପ୍ରତିକ୍ରିୟା ରଖିଛନ୍ତି।

ବାରଣାସୀ ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ମୋଦି

ବାରଣାସୀ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ନରେନ୍ଦ୍ର ମୋଦି। ଆଜି କାଳ ଭୈରବଙ୍କୁ ଦର୍ଶନ କରି ମୋଦି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିଶାଳ ଶୋଭାଯାତ୍ରାରେ ସୁସଜ୍ଜିତ ଗାଡ଼ିରେ ରୋଡ୍ ସୋ’ କରି ଆସିଥିଲେ। ଏକ ଖୋଲା ଗାଡ଼ିରେ ହାତ ହଲାଇ ଲୋକଙ୍କୁ ଉତ୍ସାହିତ କରିଥିଲେ ମୋଦି।

 

ମୋଦିଙ୍କ ସହ ଲଢ଼ିବାକୁ ଅଜୟ ରାୟଙ୍କୁ କାହିଁକି କଂଗ୍ରେସ ଦେଲା ଟିକେଟ୍? 

ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ଅଜୟ ରାୟ। ସମସ୍ତ ଚର୍ଚ୍ଚାର ଅବସାନ ଘଟାଇ କଂଗ୍ରେସ ଆଜି ଅଜୟ ରାୟଙ୍କ ନାମ ଘୋଷଣା କରିଛି। ତେବେ କିଏ ଏହି ଅଜୟ ଏବଂ କାହିଁକି କଂଗ୍ରେସ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲଢ଼ିବାକୁ ଟିକେଟ ଦେଇଛି।

amit shah

୨୭ରେ ଓଡ଼ିଶା ଆସିବେ ଅମିତ ଶାହ, ମୋରଡ଼ା ଓ ସୁକିନ୍ଦାରେ କରିବେ ପ୍ରଚାର

ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଆସନ୍ତା ୨୭ ତାରିଖରେ ଓଡ଼ିଶା ଆସିବେ। ଏହି ଦିନ ସେ ଯାଜପୁର ଜିଲ୍ଲାର ସୁକିନ୍ଦା ଏବଂ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ାଠାରେ ନିର୍ବାଚନୀ ପ୍ରଚାର କରିବେ। ଶାହ ପ୍ରଥମେ ମୋରଡ଼ା ଯିବେ। ସାଢ଼େ ୧୧ଟାରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

କିଏ ଏହି ନେତା? ପ୍ରାର୍ଥିପତ୍ର ଭରିବା ପୂର୍ବରୁ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ମୋଦି

ପାଟକୁରାରେ କିଏ ହେବ ବିଜେଡି ପ୍ରାର୍ଥୀ?

ଓଡ଼ିଶାରେ କାମ କରିବନି ‘ମୋଦି ହାଓ୍ୱା’ – ରବୀନ୍ଦ୍ର ଜେନା

ହଟ୍ ସିଟ୍ ମାହାଙ୍ଗା – ହ୍ୟାଟ୍ରିକ କରିବେ ଜେନା ?

ଏଥର କ’ଣ ହେବ ସିମୁଳିଆର ଚିତ୍ର?

Comment