ଓଡ଼ିଶାଲାଇଭ୍ ବ୍ୟୁରୋ

ଏପ୍ରିଲ ୨୯ରେ ହେବ ଚତୁର୍ଥ ପର୍ଯ୍ୟାୟ ମତଦାନ। ଏହା ପୂର୍ବରୁ ଆସିଲା ଏଡିଆର୍ ରିପୋର୍ଟ। ରିପୋର୍ଟ ଅନୁଯାୟୀ ସବୁଠୁ ଧନୀ ପ୍ରାର୍ଥୀ ଲିଷ୍ଟରେ ଅଛନ୍ତି ବାପ ପୁଅ। ବିଧାୟକମାନଙ୍କ ମଧ୍ୟରେ ସବୁଠୁ ଧନୀ ପ୍ରାର୍ଥୀ ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏବଂ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଧନୀ ହେଲେ ନିରଞ୍ଜନଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ।

ଭଣ୍ଡାରୀପୋଖରୀ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଳଢ଼ୁଛନ୍ତି ନିରଞ୍ଜନ। ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଆଗରେ ଅଛନ୍ତି ନିରଞ୍ଜନ।

ନିରଞ୍ଜନଙ୍କ ସମ୍ପତ୍ତି ହେଉଛି ୬୦ କୋଟି। ଦ୍ୱିତୀୟରେ ରହିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ଚିରଞ୍ଜିବୀ ବିଶ୍ୱାଳ ଓ ତୃତୀୟରେ ରହିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ।

ଚିରଞ୍ଜିବୀଙ୍କ ସମ୍ପତ୍ତି ୩୩ କୋଟିରୁ ଅଧିକ ଓ ପ୍ରଣବ ବଳବନ୍ତରାୟଙ୍କ ସମ୍ପତ୍ତି ୧୭ କୋଟିରୁ ଅଧିକ ବୋଲି ଏଡିଆର ରିପୋର୍ଟରୁ ଜଣାପଡ଼ିଛି।

୩୩୪ ଜଣ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୮୧ ଜଣ ପ୍ରାର୍ଥୀ କୋଟିପତି ବୋଲି ଏଡିଆର୍ ରିପୋର୍ଟରେ ବାହାରିଛି। ବିଜେଡିରେ ସର୍ବାଧିକ ୨୭ ଜଣ, କଂଗ୍ରେସର ୨୩ ଜଣ ଓ ବିଜେପିର ୨୦ ଜଣ ପ୍ରାର୍ଥୀ କୋଟିପତି ଅଛନ୍ତି।

ସେହିପରି ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଆଗରେ ଅଛନ୍ତି ବାଲେଶ୍ୱର କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ। ତାଙ୍କର ସମ୍ପତ୍ତି ୧୦୪ କୋଟି ଟଙ୍କା। ଏହାପରେ ବିଜେଡି ଲୋକସଭା ପ୍ରାର୍ଥୀ ରବିନ୍ଦ୍ର କୁମାର ଜେନା। ତାଙ୍କ ସମ୍ପତ୍ତି ୭୨ କୋଟି ଟଙ୍କା। ତୃତୀୟରେ ଅଛନ୍ତି କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ତାଙ୍କ ସମ୍ପତ୍ତି ହେଉଛି ୫୭ କୋଟି ଟଙ୍କା।

Comment