ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ  ବ୍ୟୁରୋ

ଅଭିନେତ୍ରୀ କରୀନା କପୁରଙ୍କୁ ଶେଷ ଥର ପାଇଁ ‘ବୀରେ ଦ ୱେଡିଙ୍ଗ’ରେ ଦେଖାଯାଇଥିଲା। ତା’ ପରେ ସେ ଗୋଟେ ବ୍ରେକ୍ ନେଇଥିଲେ। ଏବେ ସେ ଇରଫାନ୍ ଖାନ୍ ଅଭିନୟ କରୁଥିବା ‘ ଇଂରାଜୀ ମିଡିୟମ୍’ରେ ନଜର ଆସିବେ।

ତେବେ ଫିଲ୍ମରେ କରୀନାଙ୍କ ଭୂମିକାକୁ ନେଇ ରହିଛି ସସପେନ୍ସ। ସୂତ୍ର ଅନୁସାରେ ସେ ଇରଫାନ୍ ଖାନଙ୍କ ଲଭ ପାର୍ଟନର ଭାବେ ଦେଖା ଯାଇ ନପାରନ୍ତି। ତାଙ୍କର ସିରିୟସ୍ ଭୂମିକା ରହିବ। ଏପରିକି ତାଙ୍କୁ ପୁଲିସ ଭୂମିକାରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। କରୀନା ପୂର୍ବରୁ କେବେ ହେଲେ ପୁଲିସ ଭୂମିକାରେ ନଜର ଆସିନାହାନ୍ତି। ତେଣୁ ଏହି ଭୂମିକାକୁ ସେ କିପରି ନିର୍ବାହ କରିବେ ତାହା ଦେଖିବାକୁ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ରହିଛି।

‘ଇଂରାଜୀ ମିଡିୟମ’ ହେଉଛି ଫିଲ୍ମ ‘ହିନ୍ଦୀ ମିଡିୟମ’ର ସିକ୍ୱେଲ।

Comment