ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସଂସଦୀୟ କ୍ଷେତ୍ର ବାରଣାସୀରୁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତିା ମୋଦିଙ୍କ ପ୍ରାର୍ଥିପତ୍ର ଦାଖଲ ଅବସରରେ ବହୁ ବରିଷ୍ଠ ନେତା ଜିଲ୍ଲାପାଳ ଅଫିସରେ ଉପସ୍ଥିତ ଥିଲୋ  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ।

ସମସ୍ତଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ସେଠାରେ ମୋଦି ଜଣେ ବରିଷ୍ଠ ନେତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।

ଏହି ନେତା ଜଣକ ଥିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ। ତାଙ୍କୁ ଦେଖିବା କ୍ଷଣି ମୋଦି ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲୋ

ପ୍ରକାଶ ସିଂହ ବାଦଲ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଶିରୋମଣି ଅକାଳି ଦଳର ମୁଖ୍ୟ ଥିଲୋ ସେ ପଞ୍ଜାବରେ ୫ ଥର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତିା

ଏହା ପରେ ମୋଦି ପ୍ରାର୍ଥିପତ୍ର ଦାଖଲ ପାଇଁ ସମସ୍ତ ପ୍ରକିୟା ପୂରା କରିଥିଲେ। ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଗତକାଲି ମୋଦି ବାରଣାସୀରେ ଏକ ବିଶାଳ ରୋଡ ସୋ’ କରିଥିଲେ।

Comment