ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • ସଭା ଆରମ୍ଭରୁ ବିଜେପି ଟାର୍ଗେଟ
  • କଂଗ୍ରେସ କ୍ଷମତାକୁ ଆସିଲେ ଧାନର ଏମଏସପି ୨୬ ଶହ ଟଙ୍କା ହେବ
  • ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ କରିବ କଂଗ୍ରେସ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶୁକ୍ରବାର ବାଲେଶ୍ୱରର ରେମୁଣା ନରହରିପୁରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତି। ସଭାରେ ଯୋଗ ଦେଇ ଭାଷଣ ଆରମ୍ଭରୁ ହିଁ ମୋଦି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ।

‘‘ଦେଶରେ ସବୁଠୁ ବଡ଼ ସମସ୍ୟା ବେରୋଜଗାରୀ। କୋଟି କୋଟି ଯୁବକ ବେକାର ଅଛନ୍ତି। ବେକାର ଯୁବକଙ୍କ ପାଇଁ କର୍ମସଂସ୍ଥା ନାହିଁ। ହେଲେ ବେକାର ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି ପ୍ରଧାନମନ୍ତ୍ରୀ। ଜିଏସଟି ଓ ବିମୁଦ୍ରାକରଣ ହିଁ ବେକାରୀ ପାଇଁ ଦାୟୀ’’, କେନ୍ଦ୍ରକୁ ଟାର୍ଗେଟ କରି ଏଭଳି କହିଛନ୍ତି ରାହୁଲ।

ଗରିବୀ ଉପରେ କଂଗ୍ରେସ ସର୍ଜିକାଲ ଷ୍ଟ୍ରାଇକ କରିବ ବୋଲି ରାହୁଲ କହିଛନ୍ତିା ସେ ଆହୁରି କହିଛନ୍ତି, ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ମିଳିବା ୫ କୋଟି ଗରିବ ପରିବାରର ୨୫ କୋଟି ଲୋକ ଏହାଦ୍ୱାରା ଉପକୃତ ହେବେ। ନ୍ୟାୟ ଯୋଜନାରେ ଗରିବଙ୍କ ପରିବାରକୁ ଟଙ୍କା ମିଳିବ। ଗରିବ ରାଜ୍ୟକୁ ଆଗ ଟଙ୍କା ପ୍ରଦାନ କରାଯିବ। ଓଡ଼ିଶା, ବିହାର ଭଳି ରାଜ୍ୟକୁ ଏହାର ଫାଇଦା ମିଳିବା

ମୋଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲି ଅନିଲ ଅମ୍ବାନିଙ୍କ ଆକାଉଣ୍ଟକୁ ଟଙ୍କା ଦେଇଛନ୍ତିା ଆପଣଙ୍କ ସେହି ଆକାଉଣ୍ଟରେ କଂଗ୍ରେସ ଟଙ୍କା ଦେବ ବୋଲି ସେ କହିଛନ୍ତି।

‘‘କଂଗ୍ରେସ କ୍ଷକତାକୁ ଆସିଲେ ଧାନର ଏମ୍ଏସପି ୨୬ ଶହ ଟଙ୍କା କରିବା ଦେଶରେ ୨୨ ଲକ୍ଷ ସରକାରୀ ଚାକିରି ଖାଲି ପଡ଼ିଛି। ସରକାର ଆସିଲେ ବର୍ଷକ ଭିତରେ ୨୨ ଲକ୍ଷ ନିଯୁକ୍ତି ଦେବୁ। ପ୍ରତି ପଞ୍ଚାୟତରେ ୧୦ ଏକ୍ଷ ଲୋକଙ୍କୁ ନିଯୁକ୍ତି ଦେବୁ। ଆଦିବାସୀଙ୍କ ଜଙ୍ଗଲ ଜମିକୁ ରକ୍ଷା କରିବୁ’’, କହିଛନ୍ତି ରାହୁଲ।

ଆଦିବାସୀଙ୍କ ପାଇଁ ଜଙ୍ଗଲ ଜମି ଅଧିକାର ନିୟମ କଂଗ୍ରେସ ଆଣିଥିଲା। ମୋଦି ଏସବୁ ବିଲକୁ ରଦ୍ଦ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତିା

Comment