ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରେସମିଟ କରି ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ବିଜେପି କାର୍ଯ୍ୟାଳୟରେ ଏକ ପ୍ରେସମିଟ କରିଥିଲୋ ଏହି ପ୍ରେସମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କ ଟାର୍ଗେଟର କଡ଼ା ଜବାବ ଦେଇଛି ବିଜେଡି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରେସମିଟ କରି ନବୀନ ସରକାରର ବିକାଶର ତାଲିକା ଦେଇଛନ୍ତି।

ଗୁଜୁରାଟର ବିକାଶ ମଡେଲକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସସ୍ମିତ। ବିଜେପି ସରକାର ଥିବା ରାଜ୍ୟ ଦାରିଦ୍ର୍ୟରେ ଆଗୁଆ। ମନରେଗାରେ ବିଜେପି ଶାସିତ ରାଜ୍ୟ ଖରାପ ପ୍ରଦର୍ଶନ କରିଛି। ବିଜେପିର ଡବଲ ଇଂଜିନ ଫର୍ମୁଲା ଦେଶକୁ ପଛକୁ ନେଉଛି ବୋଲି ସସ୍ମିତ କହିଛନ୍ତି।

‘‘୨୫ ପ୍ରତିଶତ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପକରକୁ ଉଠାଯାଇଛି। ଖାଦ୍ୟ ସୁରକ୍ଷା ଓ କାଳିଆ ଯୋଜନାର ବିଜେଡିର ଉପଲବ୍ଧି। ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି ବିଜେଡି। ଓଡ଼ିଶାରେ ପରିଚାଳିତ ମମତା ଯୋଜନାକୁ ନେଇ ସାରାଦେଶରେ ଚର୍ଚ୍ଚା ହେଉଛି। ନବୀନ ସରକାର ୪୦ ଲକ୍ଷ ମହିଳାଙ୍କ ପାଇଁ ମମତା ଯୋଜନା କରିଛି। ମିଶନ ଶକ୍ତିରେ  ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରିଛି’’, କହିଛନ୍ତି ସସ୍ମିତ।

ମୋଦି ଓ ପରିବର୍ତ୍ତନ ଏହି ଦୁଇଟି କଥା ଶୁଣିଲେ ନବୀନ ବିରକ୍ତ ହେଉଛନ୍ତି ବୋଲି ପ୍ରେସମିଟରେ କହିଥିଲେ ଧର୍ମେନ୍ଦ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ ବର୍ଷ ଧରି ଶାସନ କରିଛନ୍ତି। ଏହି ସମୟ ମଧ୍ୟରେ ସେ ରାଜ୍ୟବାସୀଙ୍କ ପାଇଁ କ’ଣ କରିଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଥିଲେ।

Comment