ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କେନ୍ଦ୍ରାପଡ଼ାରେ ବିଜେପି-ବିଜେଡି ମଧ୍ୟରେ ଚାଲିଛି ବିଗ୍ ଫାଇଟ୍। ଗତ ୨୩ ତାରିଖରେ ବିଜେପି ପୋଷ୍ଟରବୟ ନରେନ୍ଦ୍ର ମୋଦି କେନ୍ଦ୍ରାପଡ଼ାରେ ନିର୍ବାଚନୀ ସଭା କରିଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯାଇଥିଲେ କେନ୍ଦ୍ରାପଡ଼ା।

କେନ୍ଦ୍ରାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କ ବିଜୟ କାମନା କରି ଶ୍ରୀ ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରିଛନ୍ତି। ଏହାସହ ନିଜ ଦଳର ବିଜୟ ପାଇଁ ନବୀନ ଦୀପ ମଧ୍ୟ ଜାଳିଥିଲେ।

ନବୀନ କେନ୍ଦ୍ରାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିଥିଲେ। ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ଏବଂ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ନବୀନ।

କେନ୍ଦ୍ରାପଡ଼ାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ରୋଡ ସୋ’, ରାଲିରେ ପ୍ରଚାର ମଇଦାନ କମ୍ପୁଛି।

ପୂର୍ବରୁ ନବୀନ ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବା ବେଳେ ତାରାତାରିଣୀଙ୍କ ଦର୍ଶନ କରିଥିଲେ। କଟକରେ ପ୍ରଚାର କରିବା ବେଳେ କଟକ ଚଣ୍ଡୀଙ୍କ ଦର୍ଶନ କରିଥିଲେ। ଆଜି ନବୀନ ବଳଦେବଜୀଉଙ୍କ ଦର୍ଶନ କରି ନବୀନ ପ୍ରଚାରକୁ ଆହୁରି ସରଗରମ କରିଛନ୍ତି।

ଆଉ ଗୋଟିଏ ଦିନ ପରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ଶନିବାର ଅପରାହ୍ଣରେ ସରୁଛି ପ୍ରଚାର। ସୋମବାର ଦିନ ହେବ ଭୋଟ।

Comment