ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋamit shah

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୟୂରଭଞ୍ଜର ମୋରଡ଼ାରେ ପହଞ୍ଚିଛନ୍ତି। ମୋରଡ଼ାରେ ଆୟୋଜିତ ଏକ ବିଜୟ ସଂକଳ୍ପ ସମାବେଶରେ ଶାହ ଯୋଗ ଦେଇଛନ୍ତି। ସଭାରେ ଶାହଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବରିଷ୍ଠ ବିଜେପି ନେତା ଉପସ୍ଥିତ ରହିଛନ୍ତି।

ସଭାରେ ଉଦବୋଧନ ଆରମ୍ଭରୁ ହିଁ ଶାହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

‘‘ଓଡ଼ିଆ ଭାଷା ଜାଣି ନଥିବା, କହୁନଥିବା ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଦରକାର ନାହିଁ। ଭ୍ରଷ୍ଟାଚାରୀ ବିଜେଡି ସରକାରଙ୍କୁ ହଟାଇବା ଦରକାର’’, କହିଛନ୍ତି ଶାହ।

ଦେଶର ୫୦ କୋଟି ଗରିବଙ୍କ ପାଇଁ ମୋଦି ସରକାର ଆୟୁଷ୍ମାନ ଯୋଜନା କରିଛନ୍ତି। ଓଡ଼ିଶାର ଗରିବ ଲୋକ ଆୟୁଷ୍ମାନ ଯୋଜନାର ଲାଭ ନେଇ ପାରୁନାହାନ୍ତି। ନବୀନବାବୁ ଆୟୁଷ୍ମାନ ଯୋଜନାକୁ ଗ୍ରହଣ କରୁନାହାନ୍ତି କହିଛନ୍ତି ଶାହ।

ସେ ଆହୁରି କହିଛନ୍ତି, ଆମର ୨୦ଜଣ କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରାଯାଇଛି। ନବୀନ ବାବୁ ଓଡ଼ିଶାରେ ଶାନ୍ତି ଭଙ୍ଗ କରିଛନ୍ତି। ଓଡ଼ିଶାର ଲୋକ ହିଂସାକୁ ପସନ୍ଦ କରନ୍ତି ନାହିଁ। ହିଂସା ସୃଷ୍ଟି କରୁଥିବା ଲୋକଙ୍କୁ ଓଡ଼ିଶାରେ ସ୍ଥାନ ନାହିଁ। ଓଡ଼ିଶାରେ ବିଜେପି ସରକାର ଆସୁଛି। ସାରାଦେଶରେ ଯୁଆଡେ ଯାଉଛି ମୋଦି ନାରା ଶୁଭୁଛି।

ବିଜେଡିକୁ ଟାର୍ଗେଟ କରି ଶାହ କହିଛନ୍ତି ଚିଟଫଣ୍ଡରେ ହଜାର ହଜାର କୋଟି ଟଙ୍କା ନେତା ଖାଇଛନ୍ତି। ବିଜେପି ସରକାର ଆସିଲେ ୯୦ ଦିନରେ ସେମାନଙ୍କୁ ଜେଲ ପଠାଯିବ।

‘‘ ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂର। ହେଲେ ଓଡ଼ିଶା ଗରିବ। ହଜାର ହଜାର କୋଟିର ଖଣିଜ ସମ୍ପଦ ବିଜେଡି ସରକାରର ବାବୁ ଖାଇଛନ୍ତି। ବିଜେପି ଆସିଲେ ଗରିବଙ୍କ ପଇସା ଖାଇଥିବା ଲୋକଙ୍କୁ ଉଚିତ ଦଣ୍ଡ ଦିଆଯିବ’’, କହିଛନ୍ତି ଶାହ।

ବିଜେପି ଆସିଲେ କେଜିରୁ ପିଜି ପର୍ଯ୍ୟନ୍ତ ସବୁଶିକ୍ଷା ମାଗଣାରେ ମିଳିବ।  ପ୍ରତ୍ୟେକ ଖରୁ ଜଣକୁ ନିଯୁକ୍ତି ମିଳିବ। ୧ ବର୍ଷ ମଧ୍ୟରେ ସବୁ ଆଦିବସୀଙ୍କୁ ଜମି ପଟା ଦିଆଯିବ। ସମସ୍ତ ବନାଜାତ ଦ୍ରବ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣାଯିବ। କେନ୍ଦପତ୍ର ଉପରୁ ଜିଏସଟି ସମ୍ପୂର୍ଣ୍ଣ ଛାଡ଼ କରାଯିବ ବୋଲି କହିଛନ୍ତି ଶାହ।

ମୋରଡ଼ା ସଭାରେ ଯୋଗ ଦେବା ପରେ ଶାହ ଯାଜପୁର ଗସ୍ତ କରିବେ। ଯାଜପୁର ସୁକିନ୍ଦାରେ ଆୟୋଜିତ ଏକ ସଭାରେ ଯୋଗ ଦେବେ।

Comment