ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଯେତେବେଳେ ନୂଆ ହିରୋଙ୍କ ଏଣ୍ଟ୍ରି ହୋଇଥାଏ ସେତେବେଳେ ଲୋକ ହିରୋଙ୍କ ଅଭିନୟ ସହ ତାଙ୍କର କ୍ୟୁଟନେସ, ହଟନେସ,ଏବଂ ସ୍ମାର୍ଟନେସକୁ ଦେଖିଥାନ୍ତିା ଏହି ସବୁ ଗୁଣ ଯେଉଁ ହିରୋଙ୍କ ନିକଟରେ ଦେଖାଯାଏ ଦର୍ଶକ ତାଙ୍କର ଦିଓ୍ୱାନା ପାଲଟି ଯାଆନ୍ତି।

ଏହି ହିରୋଙ୍କ ମଧ୍ୟରେ ରହିଛନ୍ତି ଅଭିନେତା ବରୁଣ ଧଓ୍ୱନ। ବରୁଣଙ୍କ ପାଖରେ ପ୍ରାୟତଃ ଏହି ସମସ୍ତଙ୍କ ଗୁଣ ରହିଛି, ଯାହାକି ତାଙ୍କୁ ଜଣେ ପରଫେକ୍ଟ ଅଭିନେତା କରିପାରିଛି।

ବରୁଣ ୨୦୧୨ରେ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ୟର’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲ। ବହୁତ କମ ସମୟରେ ସେ ଫିଲ୍ମ ଦୁନିଆଁରେ ବେଶ ସଫଳତା ହାସଲ କରିଥିଲା।

୭ ବର୍ଷର ଲମ୍ବା କ୍ୟାରିୟରରେ ସବୁ ପ୍ରକାରର ଫିଲ୍ମ କରିଛନ୍ତିା ସବୁ ଫିଲ୍ମରେ ତାଙ୍କର ଅଭିନୟ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତିା ବରୁଣଙ୍କ ଅଭିନୀତ ଫିଲ୍ମରେ ବରୁଣ ରୋମଣ୍ଟଟିକ ଅନ୍ଦାଜଠୁ ଆରମ୍ଭ କରି ଆକ୍ସନ ଓ କମେଡି ବି ଦେଖିବାକୁ ମିଳେ। ବରୁଣଙ୍କ ଅଭିନୀତ ଫିଲ୍ମ ‘ହମ୍ପଟି ଶର୍ମାକୀ ଦୁଲହନିଆଁ’, ‘ବଦ୍ରିନାଥକୀ ଦୁଲହନିଆଁ’ରେ ତାଙ୍କର ରୋମାଣ୍ଟକି ଅନ୍ଦାଜ ଦେଖିବାକୁ ମିଳିଥିଲା।

ସେହିପରି ‘ମୈ ତେରା ହିରୋ‘, ‘ଜୁଡଓ୍ୱା୨’ରେ ବରୁଣଙ୍କ କମେଡି ଦର୍ଶକଙ୍କୁ ହସେଇ ହସେଇ ବେଦମ କରିଥିଲା। ଫିଲ୍ମ ‘ବଦଲାପୁର’ରେ ବରୁଣଙ୍କ ଆକ୍ସନ ବି ଦେଖିବାକୁ ମିଳିଥିଲା। ଅଭିନୟ ସହ ଡ୍ୟାନ୍ସରେ ବେଶ ଧୁରନ୍ଦର ବରୁଣ।

Comment