ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଲିଙ୍କରୋଡରୁ ୩୨ କିଲୋଗ୍ରାମର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ।

ଏହି ଗଞ୍ଜେଇ କାରବାର ଘଟଣାରେ ୩ ଇଞ୍ଜିନିୟରିଂ ଛାତ୍ର ସଂପୃକ୍ତି ଥିବା ଜଣାପଡ଼ିଛି। ଅବକାରୀ ବିଭାଗ ୩ ଛାତ୍ରଙ୍କୁ ଗିରଫ କରିବା ସହ ଏକ କାର ମଧ୍ୟ ଜବତ କରିଛି।

ଅଟକ ଥିବା ୩ ଛାତ୍ର ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ସୂଚନା ମିଳିଛି। ଗିରଫ ଛାତ୍ର କନ୍ଧମାଳର ମୂଳ ନିବସୀ। ସେମାନେ କନ୍ଧମାଳରୁ ଭଦ୍ରକ ଓ ବାଲେଶ୍ୱରକୁ ଗଞ୍ଜେଇ ଚାଲାଣ କରୁଥିବା ସୂଚନା ମିଳିଛି।

Comment