ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇପିଏଲ୍‌ରେ ସୁପର ସନ୍‌ଡେ’ରେ ଦୁଇଟି ମ୍ୟାଚ୍‌, ଦିଲ୍ଲୀ ବନାମ ବେଙ୍ଗାଳୁରୁ ଏବଂ କୋଲକାତା ବନାମ ମୁମ୍ବାଇ। ବେଙ୍ଗାଳୁରୁକୁ ୧୮୮ ରନ୍‌ର ଟାର୍ଗେଟ ଦେଲା ଦିଲ୍ଲୀ।

ଆଜି ଆଇପିଏଲ୍‌ରେ ଖେଳାଯାଉଛି ଦୁଇଟି ମ୍ୟାଚ୍‌। ଅପରାହଣ ୪ଟା ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ। ସେହିପରି ରାତି ୮ଟାରେ କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ।

ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ମ୍ୟାଚ୍‌ରେ ଦିଲ୍ଲୀ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଇନିଂସରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୮୭ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ଅଧିନାୟକ ଶ୍ରୀୟାସ୍‌ ଆୟର ସର୍ବାଧିକ ୫୨ ରନ୍‌ ସଂଗ୍ରହ କରିଥିବା ବେଳେ ଶୀଖର ଧୱନ୍‌ ୫୦ ରନ୍‌ ସଂଗ୍ରହ କରିଛନ୍ତି।

ଆଉ କିଛି ସମୟ ପରେ ଆରମ୍ଭ ହେବା ଦ୍ୱିତୀୟ ଇନିଂସ। ୧୮୭ ରନ୍‌ର ଟାର୍ଗେଟ ନେଇ ଆରସିବି ପଡ଼ିଆକୁ ଓହ୍ଲାଇବ।

ଅନ୍ୟପକ୍ଷରେ ରାତି ୮ଟାରେ ଇଡେନ୍‌ ଗାର୍ଡେନ୍‌ କେକେଆର୍‌ ସହ ମୁହାଁମୁହିଁ ହେବ ମୁମ୍ବାଇ ଇଣ୍ଡିଆନ୍ସ। ସୁପର ସନ୍‌ଡେରେ ଆଜି ୨ଟି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ। ପ୍ରଥମ ମ୍ୟାଚ୍‌ ଫିରୋଜ ଶାହା କୋଟ୍‌ଲା ଷ୍ଟାଡିୟମ୍‌ରେ ଖେଳାଯାଉଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ଟି କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଖେଳାଯାଉଛି।

Comment