ଓଡ଼ିଶାଲାଇଭ୍‌ ବ୍ୟୁରୋ

କନ୍ଧମାଳରେ ମାଓବାଦୀମାନେ ଘଟାଇଛନ୍ତି ଏକ ଅଭାବନୀୟ ଘଟଣା। ମାଓବାଦୀମାନେ ଘରୁ ଡାକି ନେଇ ଠିକାଦାରଙ୍କୁ ଗୁଳି କରି ହତ୍ୟା କରିବା ସୂଚନା ମିଳିଛି। ମୃତ ଠିକାଦରଙ୍କ ନାଁ କୈଳାସ ଦିଗଲ ବୋଲି ଜଣାପଡ଼ିଛି।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ତିଲିରପଙ୍ଗା ଗାଁରେ ମାଓବାଦୀମାନେ ଏହି ବର୍ବରକାଣ୍ଡ ଘଟାଇଛନ୍ତି। ମାଓବାଦୀମାନେ ଘରୁ ଡାକି ନେଇ ଠିକାଦାର କୈଳାସ ଦିଗଲଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଘଟଣାସ୍ଥଳରୁ ମାସ ପୋଷ୍ଟର ଜବତ କରିଛି ପୋଲିସ।

Comment