ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ମାର୍ଭେଲ ଷ୍ଟୁଡିଓର ବିଗ୍ ବଜେଟ୍ ମୁଭି ‘ଆଭେଞ୍ଜର୍ସ -ଏଣ୍ଡଗେମ୍’ହଲିଉଡ୍‌ ବକ୍ସ ଅଫିସ୍‌ରେ ଜବରଦସ୍ତ ବ୍ୟବସାୟ କରୁଛି। ଶୁକ୍ରବାର ଏହି ଫିଲ୍ମ ରିଲିଜ ହୋଇଥିବା ବେଳେ ପ୍ରଥମ ଦୁଇ ଦିନରେ ୧୦୦ କୋଟି ଉପରେ ବ୍ୟବସାୟ କରିଛି ‘ଆଭେଞ୍ଜର୍ସ -ଏଣ୍ଡଗେମ୍’। ରିଲିଜ୍‌ର ପ୍ରଥମ ଦିନ ପ୍ରଥମ ସୋ’ ସାରା ଦେଶରେ ହାଉସ୍‌ଫୁଲ୍‌ ଥିଲା। ଏଥିରୁ ଜଣା ପଡ଼ୁଛି ଭାରତରେ ଆଭେଞ୍ଜର୍ସ ପାଇଁ କେତେ କ୍ରେଜ୍‌।

ବଲିଉଡରେ ସମସ୍ତ ରେକର୍ଡ ଭାଙ୍ଗିଛି ଆଭେଞ୍ଜର୍ସ -ଏଣ୍ଡଗେମ୍। ପୂର୍ବରୁ ତିନି ଦିନରେ ୧୦୦କୋଟି ଆୟ ପାର କରିବାରେ ‘ବାହୁବଳୀ’ ଫିଲ୍ମର ନାଁ ଥିଲା। ହେଲେ ଏହି ରେକର୍ଡକୁ ଭାଙ୍ଗି ମାର୍ବଲ ଷ୍ଟୁଡ଼ିଓର ହିନ୍ଦି ମୁଭି ‘ଆଭେଞ୍ଜର୍ସ -ଏଣ୍ଡଗେମ୍’ ମାତ୍ର ଦୁଇ ଦିନରେ ୧୦୦କୋଟି ପାର କରି ନୂଆ ରେକର୍ଡ଼ କରିଛି।

ପ୍ରଥମ ୨ ଦିନରେ ଏଭଳି ବ୍ୟବସାୟ କରୁଥିବାରୁ  ଆଗକୁ ଭଲ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ଆଭେଞ୍ଜର୍ସ -ଏଣ୍ଡଗେମ୍ ଫିଲ୍ମ ରିଲିଜର ପ୍ରଥମ ଦିନରେ ୫୩.୧୦କୋଟି ଆୟ କରିଛି। ସେହିପରି  ଶନିବାର ଦିନ ୫୧.୪୦ ଆୟ କରି ଦୁଇ  ଦିନରେ ମୋଟ ୧୦୪.୫୦ କୋଟି ଟଙ୍କା ଆୟ କରିଥିବା ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

Comment