ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ଉତ୍ତରପ୍ରଦେଶର ଚର୍ଚ୍ଚିତ ସଂସଦୀୟ ଆସନ ବାରଣାସୀ ଲାଗି ଏସପି ଓ ବିଏସପି ମେଣ୍ଟ ପ୍ରାର୍ଥୀ ବଦଳାଇଛନ୍ତି। ସୋମବାର ଏହି ଆସନ ଲାଗି ଏସପି- ବିଏସପି ମେଣ୍ଟ ବିଏସଏଫର ପୂର୍ବତନ ଯବାନ ତେଜ ବାହାଦୂର ଯାଦବଙ୍କୁ ପ୍ରାର୍ଥୀ କରିଛି।

ଏହି ଆସନ ଲାଗି ଏସପି ଓ ବିଏସପି ମେଣ୍ଟ ପୂର୍ବରୁ ଶାଳିନୀ ଯାଦବଙ୍କ ନାମ ଘୋଷଣା କରିଥିଲା।

ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଯବାନ ତେଜ ବାହାଦୂର ଯାଦବ ନିର୍ବାଚନ ଲଢ଼ିବେ। ଏହି ଆସନ ଲାଗି ତେଜ ବାହଦୂରଙ୍କ ନାମ ଘୋଷଣା ପରେ ଶାଳିନୀ ଯାଦବ ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ।

ବାରଣାସୀରେ ସପ୍ତମ ପର୍ଯ୍ୟାୟ ଅର୍ଥାତ ମେ ୧୯ରେ ମତଦାନ ହେବ। ଏହି ଆସନରେ ମୋଦି, ତେଜ ବହାଦୂର ଯାଦବ ଓ କଂଗ୍ରେସର ଅଜୟ ରାୟଙ୍କ ଭିତରେ ଲଢ଼େଇ ହେବ।

ସେନାରେ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିଲେ ଯବାନ ତେଜ ବାହାଦୂର ଯାଦବ। ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ସେ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହି ଭିଡିଓ ଭାଇରାଲ ହେବାପରେ ସେ ସେନାରୁ ବହିଷ୍କୃତ ହୋଇଥିଲେ।

Comment