ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

Election Update 2PM

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ୍ ଦେବାକୁ କହି ଫସିଲେ ଦୁଇ ପୋଲିଂ ଅଫିସର

ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ନିଲମ୍ବିତ ହେଲେ ପୋଲିଂ ଅଫିସର। ଏହା ସହ ଉଭୟ ପୋଲିଂ ଅଫିସରଙ୍କୁ ଗିରଫ ମଧ୍ୟ କରାଯାଇଛି।ଯାଜପୁର ସୁକିନ୍ଦା ନିର୍ବାଚନମଣ୍ଡଳୀର ୧୯୬ ନମ୍ବର ବୁଥର ଚତୁର୍ଥ ପୋଲିଂ ଅଫିସର ଜନାର୍ଦ୍ଦନ ପୃଷ୍ଟି, ବିଞ୍ଝାରପୁରର ୧୯୧ ବୁଥର ପ୍ରିଜାଇଡିଂ ଅଫିସର ବୈକୁଣ୍ଠ ନାଥ ଦାୟିତ୍ୱ ଦେଇଥିଲେ। ଏହି ଦୁଇ ପୋଲିଂ ଅଫିସର ବୁଥ ଭିତରେ ଭୋଟରଙ୍କୁ ଏକ ନିର୍ଦ୍ଦିଷ୍ଟ ଦଳରେ ଭୋଟ୍ ଦେବା ପାଇଁ କହୁଥିବାର ଅଭିଯୋଗ ହୋଇଥିଲା।

ଫଟୋ ଫଟୋରେ ସେଲିବ୍ରେଟିଙ୍କ ମତଦାନ

ସକାଳ ୭ଟାରୁ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ଲାଗି ମତଦାନ। ମୁମ୍ବାଇରେ ଏହି ପର୍ଯ୍ୟାୟରେ ଭୋଟିଂ ହେଉଛି, ଯେଉଁଠି ସମସ୍ତଙ୍କର ନଜର ରହିଛି। ସକାଳ ସକାଳୁ ଅନେକ ସେଲିବ୍ରେଟି ସେମାନଙ୍କର ମତଦାଧିକାର ସାବ୍ୟସ୍ତ କରିଛନ୍ତି।

ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୧୭ ପ୍ରତିଶତ ମତଦାନ

ସାରା ରାଜ୍ୟରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ। ବର୍ତ୍ତମାନର ସୂଚନା ଅନୁଯାୟୀ, ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୧୭ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ତେବେ ବିଭିନ୍ନ ସ୍ଥାନରେ ଇଭିଏମ୍‌ ସମସ୍ୟା ଦେଖା ଦେବା ହେତୁ ବିଳମ୍ବରେ ମତଦାନ ହେଉଛି।

ମା ମଧୁ ଚୋପ୍ରାଙ୍କ ସହ ଭୋଟ ଦେଲେ ପ୍ରିୟଙ୍କା

ସକାଳୁ ସକାଳୁ ପୋଲିଂ ବୁଥ ସାମ୍ନାରେ ଦେଖିବାକୁ ମିଳିଥିଲା ଦେଶି ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ। ମା ମଧୁ ଚୋପ୍ରାଙ୍କ ସହ ଆସି ଭୋଟ ଦେଇଛନ୍ତି ପ୍ରିୟଙ୍କା। ପ୍ରିୟଙ୍କା ଭୋଟ ଦେଇସାରିବା ପରେ ଗଣମାଧ୍ୟମକୁ କାଳି ଲାଗିଥିବା ଆଙ୍ଗୁଳି ଦେଖାଇଛନ୍ତି।

ଭୋଟ୍ ଦେଲେ ଅନିଲ ଅମ୍ବାନୀ

ଓଡ଼ିଶା ସମେତ ୯ଟି ରାଜ୍ୟରେ ମତଦାନ ହେଉଛି। ୭୧ ଲୋକସଭା ଆସନ ଲାଗି ଭୋଟ୍ ଦେଉଛନ୍ତି ୧୨ କୋଟିରୁ ଅଧିକ ଭୋଟର୍। ଗଣତନ୍ତ୍ର ଏହି ମହାକୁମ୍ଭରେ ସାମିଲ ହୋଇଛନ୍ତି ଶିଳ୍ପପତି ଅନୀଲ ଅମ୍ବାନୀ। ଜିଡି ସୋମାନି ସ୍କୁଲର ୨୧୬ ନମ୍ବର ବୁଥରେ ଅନୀଲ ନିଜ ଭୋଟ୍ ଦେଇଛନ୍ତି।

ଭୋଟ ଦେଲେ ପରେଶ-ରେଖା-ରବି କିଶନ

ସକାଳ ୭ଟାରୁ ଓଡ଼ିଶା ସମେତ ୯ଟି ରାଜ୍ୟରେ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ଲାଗି ନିର୍ବାଚନ। ୭୧ ଲୋକସଭା ଆସନ ଲାଗି ମତଦାନ ହେଉଛି। ଆଜି ଅନେକେ ହେଭିୱେଟଙ୍କ ଭାଗ୍ୟପରୀକ୍ଷା କରୁଛନ୍ତି ଜନତା ଜନାର୍ଦ୍ଦନ। ଗଣତନ୍ତ୍ରର ଏହି ମହାକୁମ୍ଭରେ ସାମିଲ ହୋଇଛନ୍ତି ଅଭିନେତା ଓ ଅଭିନେତ୍ରୀ। ସକାଳୁ ସକାଳୁ ସମସ୍ତେ ପୋଲିଂ ବୁଥକୁ ଆସି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ଗୁରୁଦାସପୁର ଲାଗି ପ୍ରାର୍ଥିପତ୍ର ଦାଖଲ କରିବେ ସନ୍ନି ଦେଓଲ

ପଞ୍ଜାବର ଗୁରୁଦାସପୁର ଲାଗି ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ସନ୍ନି ଦେଓଲ। ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ଦର୍ଶନ କରିଛନ୍ତି। କିଛି ଦିନ ପୂର୍ବରୁ ହିଁ ସନ୍ନି ବିଜେପିରେ ସାମିଲ ହୋଇଥିଲେ। ବିଜେପିରେ ସାମିଲ ହେବା ପରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ।

ଚାଲିଛି ଭୋଟିଂ – ଅନ୍ତିମ ପର୍ଯ୍ୟାୟରେ ୯୫ ଲକ୍ଷ ୬୩୫ ଭୋଟର ସାବ୍ୟସ୍ତ କରିବେ ମତଦାନ

ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ। ୬ ଲୋକସଭା ଏବଂ ୪୧ଟି ବିଧାନସଭା ଆସନରେ ହେବ ମତଦାନ ହେଉଛି। ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ‘‘୧୦ ହଜାର ୭୯୨ ବୁଥରେ ମତଦାନ ହେବ। ମୋଟ ୯୫ ଲକ୍ଷ ୬୩୫ ଭୋଟର ମତଦାନ କରିବେ। ୪୯ ଲକ୍ଷ ୧୦୭୯ ପୁରୁଷ ଭୋଟର ଏବଂ ୪୫ ଲକ୍ଷ ୯୮ ହଜାର ୯୭୮ ଭୋଟର ଭୋଟ ଦେବେ। ଚତୁର୍ଥ ପର୍ଯ୍ୟାୟ ମତଦାନରେ ୭୨ ହଜାର ୩୬୩ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।’’

ଭୋଟ ଦେଲେ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଭୋଟ ଦେଇଛନ୍ତି। ସାଉଥ୍‌ ମୁମ୍ବାଇ ପେଡର ରୋଡ୍‌ ସ୍ଥିତ ମତଦାନ କେନ୍ଦ୍ରରେ ବୁଥ୍‌ ନମ୍ବର ୪୦ ଓ ୪୧ରେ ଭୋଟ ଦେଇଛନ୍ତି ଶକ୍ତିକାନ୍ତ ଦାସ।

ଭୋଟ ଦେଲେ ଅତନୁ ସବ୍ୟସାଚୀ

ଭୋଟ ଦେଲେ ମହାକାଳପଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ। ପାଟକୁରା ସାନଅଢ଼ଙ୍ଗ ଏମ୍‌ଇ ସ୍କୁଲ୍‌ ବୁଥ୍‌ ନମ୍ବର ୨୩୦ରେ ଅତନୁ ଭୋଟ ଦେଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି।

ଆଜି ଉର୍ମିଳା, କହ୍ନେୟା, ଗିରିରାଜଙ୍କ ଭାଗ୍ୟପରୀକ୍ଷା

ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ଲୋକସଭା ଆସନରେ ଭୋଟଗ୍ରହଣ ଆରମ୍ଭ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ହେଭିୱେଟଙ୍କ ସହିତ ବହୁ ଚର୍ଚ୍ଚିତ ନେତାଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା ଜାନାର୍ଦ୍ଦନ। ଚର୍ଚ୍ଚିତ ନେତାଙ୍କ ଭିତରେ ରହିଛନ୍ତି ଉର୍ମିଳା ମାତୋଣ୍ଡକର, କହ୍ନେୟା କୁମାର, କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଆଜି ଭାଗ୍ୟପରୀକ୍ଷା।

EVM

ମତଦାନ ଆରମ୍ଭରୁ ବିଭିନ୍ନ ସ୍ଥାନରେ ଇଭିଏମ୍ ଅଚଳ

ଆଜି ରାଜ୍ୟରେ ମତଦାନର ଅନ୍ତିମ ପର୍ଯ୍ୟାୟ। ସକାଳ ୭ରୁ ବୁଥମାନଙ୍କ ଆଗରେ ଲମ୍ବା ଲାଇନ୍ ଲଗାଇଛନ୍ତି ଭୋଟର୍। କିନ୍ତୁ ଶେଷ ଦିନରେ ବି ଇଭିଏମ ଓ ଭିଭିପାଟ ମେସିନରେ ତ୍ରୁଟି ଦେଖିବାକୁ ମିଳିଛି। ମତଦାନର ଆରମ୍ଭରୁ ହିଁ ଏଭଳି ସମସ୍ୟା ଦେଖିବାକୁ ମିଳିଛି।

ନିର୍ବାଚନ ସମ୍ପର୍କିତ ଅଧିକ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ

ଭଦ୍ରକ ଲୋକସଭା ଆସନ – ମଇଦାନରେ ୮ପ୍ରାର୍ଥୀ, କାହାକୁ ବାଛିବେ ଭୋଟର?

କାହିଁକି ଗୁରୁତ୍ୱପୂର୍ଣ୍ଣ ଶେଷ ପର୍ଯ୍ୟାୟ ନିର୍ବାଚନ?

କାହାର ହେବ ବାଲେଶ୍ୱର ଲୋକସଭା ଆସନ?

ଫୋକସରେ କେନ୍ଦ୍ରାପଡ଼ା – ବାଜି ଲାଗିଛି ସମ୍ମାନ!

କେନ୍ଦ୍ରାପଡ଼ା କାହାର ହେବ? ଶଶି ନା ଗଣେଶ୍ୱର?

Comment